ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ

0

ନୂଆଦିଲ୍ଲୀ ..-  ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି ।  ୬.୪ ତୀବ୍ରତାର ଭୂମିକମ୍ପ ଯୋଗୁଁ ସମଗ୍ର ଅଫଗାନିସ୍ଥାନ ଓ ପାକିସ୍ତାନ ଥରି ଉଠିଛି ।  ଶନିବାର ସନ୍ଧ୍ୟା ସମୟରେ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ  ଭମୂକମ୍ପର ଝଟକା ଅନୁଭୂତ ହୋଇଛି ।

ଏହି ଭୂମିକମ୍ପର କେନ୍ଦ୍ର ହିନ୍ଦୁକୁଶ ପର୍ବତ ଶ୍ରେଣୀରେ ରହିଛି ବୋଲି  ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆଫଗାନୀସ୍ତାନ ଓ ପାକିସ୍ତାନ ସୀମାରେ ଏହି ପର୍ବତ ରହିଛି ।

ଇଣ୍ଡୋନେସିଆରେ ୬.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ଆମେରିକାର ଭୂତତ୍ୱ ସର୍ବେକ୍ଷଣ ସଂସ୍ଥା ପ୍ରକାଶ କରିଛି ।

ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ଆସିନାହିଁ ।/

Leave A Reply