ଦିଲ୍ଲୀ ଓ ଏନ୍‌ସିଆର୍‌ ଅଞ୍ଚଳରେ ପୁଣି ଭୂମିକମ୍ପର ଝଟକା ଅନୁଭୂତ

0

ନୂଆଦିଲ୍ଲୀ .- ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ସୋମବାର ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି । ଉତ୍ତର ପ୍ରଦେଶର ମୀରଟରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଆମେରିକାର ଭୂ ତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା  ଦିଲ୍ଲୀରେ ରିକ୍ଟର ସ୍କେଲରେ ୩.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ଦେଇଛି ।  ସକାଳ ୬ଟା ୨୮ ମିନିଟରେ ଏହି ଭୂମିକମ୍ପ ହୋଇଥିଲା ।

ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି ।

Leave A Reply