ତୁର୍କୀରେ ଭୂକମ୍ପ, ୧୮ ମୃତ

ଇଲାଜିଗ: ପୂର୍ବ ତୁର୍କୀରେ ଶୁକ୍ରବାର ରାତିରେ ଭୂକମ୍ପ ଘଟି ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୦୦ ରୁ ଅଧିକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ରହିଥିଲା। ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା କିଛି ଲୋକେ ନିଖୋଜ ରହିଛନ୍ତି। ଇଲାଜିଗର ପୂର୍ବ ପ୍ରଦେଶ ସ୍ଥିତ ସିଭରିସ ସହର ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡ଼ିଛି। ଏହି ଭୂକମ୍ପରେ ଅନେକ କୋଠଘର ଭୁଶୁଡ଼ି ପଡ଼ିଛି।
ସୂଚନାଯୋଗ୍ୟ, ଭୂକମ୍ପ ସମୟରେ ପ୍ରାୟ ୧୦ ରୁ ଅଧିକ ଥର ଝଟକା ଅନୁଭୂତ ହେବା ଫଳରେ ଲୋକେ ଭୟଭୀତ ହୋଇ ରାସ୍ତା ଉପରକୁ ଆସି ଚିତ୍କାର କରିଥିଲେ। ଭୂକମ୍ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ତୁର୍କୀ ରାଷ୍ଟ୍ରପତି ଘୋଷଣା କରିଛନ୍ତି।

Comments are closed.