ସର୍ଦ୍ଦାର ପଟେଲ ସ୍ମୃତି ସମ୍ଭାଷଣ ପ୍ରଦାନ କରିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର

ଆସନ୍ତାକାଲି (ଶନିବାର) ସକାଳ ୯.୩୦ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଚଳିତ ବର୍ଷର ସର୍ଦ୍ଦାର ପଟେଲ ସ୍ମୃତି ସମ୍ଭାଷଣ ପ୍ରଦାନ କରିବେ। ଏହା ଆକାଶବାଣୀର ସମସ୍ତ ନେଟୱାର୍କରେ ପ୍ରସାରିତ ହେବ। ଚଳିତ ବର୍ଷର ବକ୍ତବ୍ୟରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖାର୍ ଆବାସ ନକଭି ଅଧ୍ୟକ୍ଷତା କରିବେ। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଭି ମୁରଲୀଧରନ୍ ମଧ୍ୟ ଉପସ୍ଥିତ ରହିବେ।

ଭାରତର ପ୍ରଥମ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସମ୍ମାନାର୍ଥେ ଆକାଶବାଣୀ ବାର୍ଷିକ ସର୍ଦ୍ଦାର ପଟେଲ ସ୍ମୃତି ସମ୍ଭାଷଣ ଆୟୋଜନ କରିଥାଏ। ଏହି ବକ୍ତୃତା କ୍ରମ ୧୯୫୫ରେ ଆରମ୍ଭ ହୋଇଥିଲା ଏବଂ ପ୍ରଥମ ବକ୍ତୃତା ସି. ରାଜଗୋପାଳାଚାରିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଡଃ ଏ.ପି.ଯେ. ଅବଦୁଲ କଲାମ, ମୋରାରଜୀ ଦେଶାଇ, ଡଃ ଜାକିର ହୁସେନ୍, ଡକ୍ଟର କରଣ ସିଂ, ବସନ୍ତ ସାଠେ, ଡକ୍ଟର କେ କସ୍ତୁରୀ ରଙ୍ଗନ୍, ପ୍ରଫେସର ଏମ୍.ଜି.କେ. ମେନନ୍, ଡକ୍ଟର ଏମ୍.ଏସ. ସ୍ୱାମୀନାଥନ୍, ଜଷ୍ଟିସ୍ ଲୀଲା ସେଠ, ଜେ. ଏନ. ଦୀକ୍ଷିତ, ଅରୁଣ ଜେଟଲୀ ଏବଂ ଅଜିତ ଦୋଭାଲ ପ୍ରମୁଖ ଏହି ସମ୍ଭାଷଣ ପ୍ରଦାନ କରିଛନ୍ତି।

Comments are closed.