କୋବିଡ଼-୧୯ ପ୍ରତିଷେଧକ ଗବେଷଣାରେ ଏକତ୍ର କାମ କରିବେ ଭାରତ-ଜର୍ମାନୀ

ନୂଆଦିଲ୍ଲୀ : ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‍. ଜୟଶଙ୍କର ଗୁରୁବାର ଜର୍ମାନୀ ବୈଦେଶିକ ମନ୍ତ୍ରୀ ହେଇକୋ ମାସ୍‍ ଙ୍କ ସହ ଆଲୋଚନା କରିଛନ୍ତି। ଉଭୟ ନେତା କୋଭିଡ୍‍-୧୯ ସଂକ୍ରାନ୍ତରେ ଆଲୋଚନା କରି କୋଭିଡ୍‍ ପ୍ରତିଷେଧକ ଉତ୍ପାଦନରେ ପରସ୍ପରକୁ ସହଯୋଗ କରିବା ଉପରେ ଗୁରୁତ୍ବ ଦେଇଛନ୍ତି।
ଟ୍ୱିଟ୍‍ କରି ଶ୍ରୀ ଜୟଶଙ୍କର କହିଛନ୍ତି, ଆଲୋଚନାରେ ୟୁରୋପ୍‍ ଓ ଏସିଆର ଘଟଣାବଳୀଗୁଡ଼ିକ ଉପରେ ସମୀକ୍ଷା କରାଯାଇଛି। ଜାତିସଂଘ ସମେତ
ବିଭିନ୍ନ ଆନ୍ତର୍ଜାତିକ ମଞ୍ଚରେ ପରସ୍ପରକୁ ସହଯୋଗ କରିବା ଲାଗି ପ୍ରତିଶ୍ରୁତିବଦ୍ଧତାକୁ ସେମାନେ ଦୋହରାଇଛନ୍ତି।

Comments are closed.