ଇ-ମାସ୍କ୍‍(ତୁଣ୍ଡି) ତିଆରି କରି ପୁଣି ଚର୍ଚ୍ଚାରେ ଯୁବ ଇଞ୍ଜିନିୟର ଆଶିଷ ମାହାଣା

ରେଙ୍ଗାଲି : କରୋନା ମାହାମାରୀରୁ ରକ୍ଷା କରିବା ପାଇବା ପାଇଁ ତୁଣ୍ଡି ପିନ୍ଧିବା, ସମାଜିକ ଦୂରତା ରକ୍ଷା କରିବା ଏବଂ ହାତ ଧୋଇବା ଅପରିହାର୍ଯ୍ୟ ବୋଲି ସରକାର ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ସର୍ବଦା ସଚେତନ ତଥା ସତର୍କ କରୁଛନ୍ତି। ତୁଣ୍ଡି ପିନ୍ଧିବା ବାଧ୍ୟତା ମୂଳକ ବୋଲି ସରକାର ଆଇନ୍‍ କରି ବିନା ତୁଣ୍ଡିରେ ବୁଲୁଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସାଂପ୍ରତିକ ସ୍ଥିତିରେ ତୁଣ୍ଡି ସମସ୍ତଙ୍କ ପାଇଁ ଅତି ଜରୁରୀ ହୋଇଥିବା ବେଳେ ହିଣ୍ଡାଲକୋ କମ୍ପାନୀରେ ଟେକ୍‍ନିକାଲ୍‍ ଆସିଷ୍ଟାଣ୍ଡ ରୂପେ କାର୍ଯ୍ୟରତ ରେଙ୍ଗାଲି ନିକଟସ୍ଥ ରମ୍ପେଲନକମ୍ପର ଯୁବ ଇଞ୍ଜିନିୟର୍‍ ଆଶିଷ ମାହାଣା ଇ-ମାସ୍କ(ତୁଣ୍ଡି) ତିଆରୀ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ଅଙ୍ଗାରକାମ୍ଳକୁ ବାହାର କରିଦେଇ ଅମ୍ଳଜାନ୍‍କୁ ଭିତରକୁ ଟାଣି ଆଣିବା ହେଉଛି ଇ-ମାସ୍କ୍‍(ତୁଣ୍ଡି)ର ବିଶେଷତ୍ୱ ବୋଲି ଯୁବ ଇଞ୍ଜିନିୟର ଆଶିଷ କହିଛନ୍ତି। ବହୁତ ସମୟ ଧରି ସାଧାରଣ ତୁଣ୍ଡି ପିନ୍ଧିଲେ ଲୋକେ ଅଣନିଶ୍ୱାସୀ ଅନୁଭବ କରୁଥିବାରୁ ମଝିମଝିରେ ତୁଣ୍ଡି ଖୋଳିଲେ ଯାଇ ଆଶ୍ୱସ୍ତିି ଅନୁଭବ କରୁଛନ୍ତି। କିନ୍ତୁ ଇ-ମାସ୍କ୍‍ (ତୁଣ୍ଡି)ରେ ଅଙ୍ଗାରକାମ୍ଳ ନିଷ୍କାସନ ଏବଂ ଅମ୍ଳଜାନ ଆଗମନର ସୁବିଧା ଥିବାରୁ। ଅଣନିଶ୍ୱାସୀ ହେବାର ଅଦୌ ସମ୍ଭାବନା ନାହିଁ। ଇ-ମାସ୍କ (ତୁଣ୍ଡି)ରେ ପଙ୍ଖା ଲାଗିଥିବାରୁ ଏହା ପରିଧାନ କରିଥିଲେ ଜନଗହଳି ଥିବା ସ୍ଥାନ ରେ ବାହାରର ଜୀବାଣୁ/ଭୂତାଣୁ ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ଶ୍ରୀ ମାହାଣା ଦାବି କରିଛନ୍ତି। ସାଧାରଣ ମାସ୍କ୍‍ ରେ ରିଚାର୍ଜ ହୋଇ ପାରୁଥିବା ଦୁଇଟି ଛୋଟ ବ୍ୟାଟେରୀ ଗୋଟିଏ ଛୋଟ ପଙ୍ଖା ଏବଂ ଗୋଟିଏ ସୁଇଚ୍‍ ଖଞ୍ଜି ଦେଇ ଇ-ମାସ୍କ (ତୁଣ୍ଡି) ତିଆରି କରାଯାଇଛି ବୋଲି ସେ କହିଛନ୍ତି। ୩ଶହ ଟଙ୍କା ମଧ୍ୟରେ ଇ-ମାସ୍କ୍‍(ତୁଣ୍ଡି) ନିର୍ମାଣ ହୋଇ ପାରିବ ବୋଲି ଶ୍ରୀ ମାହାଣା ମତବ୍ୟକ୍ତି କରିଛନ୍ତି। ଇ-ମାସ୍କ୍‍ (ତୁଣ୍ଡି)କୁ ସରକାରୀ ସ୍ୱୀକୃତି ମିଳିଲେ ଲୋକେ ବହୁଲ ଭାବରେ ଉପକୃତ ହୋଇ ପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ସୂଚିତ ଯେ ଇ-ମାସ୍କ୍‍ (ତୁଣ୍ଡି) ନିର୍ମାଣ କରିବା ପୂର୍ବରୁ କରୋନା ମହାମାରୀର ପ୍ରଥମ ଲହର ସମୟ ରେ ଶ୍ରୀ ମହାଣା ରୋବଟିକ୍‍ ନର୍ସ ଏ ଏହାର କିଛି ମାସ ପରେ ଟେମ୍ପରିଂ ପ୍ରୁଫ୍‍ ଭୋଟିଂ ମେସିନ୍‍ ତିଆରି କରି ଚର୍ଚ୍ଚିତ ହୋଇଥିଲେ। ଏଥିପାଇଁ ହିଣ୍ଡାଲକୋ ପକ୍ଷରୁ ଶ୍ରୀ ମହାଣାଙ୍କୁ ପ୍ରସଂଶା କରାଯିବା ସହିତ କମ୍ପାନୀର ହୀରାକୁଦରୁ ପ୍ରକାଶିତ ଇ-ଦର୍ପଣ ଏବଂ କୋଲକାତାରୁ ପ୍ରକାଶିତ ହାଇ-ପୋର୍ଟାଲ୍‍ ମେଗାଜିନ୍‍ରେ ରୋବଟିକ୍‍ ନର୍ସ, ଟେମ୍ପରିଂ ପ୍ରୂଫ୍‍ ଭୋଟିଂ ମେସିନ୍‍ ସଂକ୍ରାନ୍ତରେ ଆଲେଖ୍ୟ ପ୍ରକାଶିତ ହୋଇଥିଲା।

Comments are closed.