ଫୁଲବାଣୀରେ ଇ-ଲୋକଅଦାଲତ ଅନୁଷ୍ଠିତ

ଫୁଲବାଣୀ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଫୁଲବାଣୀ ଜିଲ୍ଲା ଅଦାଲତ ପରିସରରେ ଏକ ଇ-ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଜଜ୍ ସାରଦା ପ୍ରସାଦ ନାୟକ, ପରିବାର ଅଦାଲତ ଜଜ୍ ନିରଂଜନ ପଣ୍ଡା, ଭିଜିଲାନ୍ସ ଜଜ୍ ସତ୍ୟପୀର ମିଶ୍ର, ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ୍ ରଂଜିତା ଝ୍ୟୋତିଷ,ଏସଡିଜେମ୍, ଜେଏମଏଫସି ପ୍ରମୁଖ ଅନଲାଇନରେ ଉପସ୍ଥିତ ରହି ଅନେକ ସ୍ଥଗିତ ଥିବା ମାମଲାର ବିଚାର କରି ଫଇସଲା କରିଥିଲେ। ଅର୍ଥକାରବାର ସମ୍ପର୍କିତ ୯ଟି ମାମଲାରେ ଫଇସଲା କରି ୮ ଲକ୍ଷ ୧୮ ହଜାର ଟଙ୍କା, ୬ଟି ମୋଟର ଦୁର୍ଘଟଣା ସମ୍ପର୍କିତ ମାମଲାର ଫଇସଲା କରି ୨୭ ଲକ୍ଷ ୩୦ ହଜାର ଟଙ୍କା, ୩ଟି କ୍ରିମିନାଲ କମ୍ପାଉଣ୍ଡେବଲ୍ ମାମଲା ଓ ୪ଟି ପରିବାର ବିବାଦ ମାମଲାର ଫଇସଲା କରାଯାଇ ୬୪ ହଜାର ଟଙ୍କା କ୍ଷତିପୂରଣ ଆଦେଶ ଦିଆଯାଇଥିବା ଜଣାପଡିଛି।