ଡିନାମାଇଟ ଫୁଟି ଛାତ୍ର ଗୁରୁତର

0

ନୀଳଗିରି: ହାତରେ ଡିନାମାଇଟ ଫୁଟି ଛାତ୍ର ଗୁରୁତର ହୋଇଛି। ବରହମପୁର ଥାନା ଅନ୍ତର୍ଗତ ତଥା ନୀଳଗିରି ବ୍ଲକ ମାଟିଆଳି ପଞ୍ଚାୟତର ପଥରଗୁମୁରା ଗ୍ରାମରେ ଏପରି ଏକ ଅଘଟଣ ହୋଇଛି। ସେହି ଗ୍ରାମର ଚତୁର୍ଥ ଶ୍ରେଣୀ ଛାତ୍ର ମିଲନ (୧୦) ଆହତ ହୋଇଛି। ସେ ରାସ୍ତାରେ ପଡିଥିବା ଏକ ଅଫୁଟା ବିସ୍ଫୋରକ ଡିନାମାଇଟ ପାଇ ସକାଳୁ ବ୍ୟାଟେରୀରେ ସଂଯୋଗ କରିଥିଲା। ହଠାତ ଏହା ବିସ୍ଫୋରଣ ହୋଇଥିଲା। ଏଥିରେ ଛାତ୍ରର ଡାହାଣ ହାତ ଓ ପେଟରେ ଗଭୀର ଆଘାତ ଲାଗିଛି। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି।

Leave A Reply