ଶୋଇଥିବା ବେଳେ ଘରେ ଲାଗିଲା ନିଆଁ, ୩ ଜୀବନ୍ତ ଦଗ୍ଧ

ଦ୍ୱାରଶୁଣି: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉଞ୍ଚଗାଁ ଗ୍ରାମର ଢ଼ିପାସାହି ଠାରେ ଘରେ ଅଗ୍ନିକାଣ୍ଡ ଘଟି ୩ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଗୁରୁବାର ରାତି ପ୍ରାୟ ୨ଟା ସମୟରେ ଏହି ଦୁଃଖଦ ଘଟଣା ଘଟିଥିବା ନେଇ ଖବର ମିଳିଛି। ପରିବାର ଲୋକେ ଗଭୀର ନିଦରେ ଶୋଇଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ସ୍ୱାମୀ ମଙ୍ଗଲ ମାର୍ଣ୍ଡି ପ୍ରାଥମିକ ତଦନ୍ତ ସମୟରେ ପୁଲିସ ସମ୍ମୁଖରେ ପ୍ରକାଶ କରିଛି ଖବର ପାଇବା ମାତ୍ରେ ସାରସକଣା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମୃତକମାନେ ହେଲେ ମଙ୍ଗଲ ମାର୍ଣ୍ଡିଙ୍କ ପତ୍ନୀ ସୁରୁକୁନି ମାର୍ଣ୍ଡି (୨୪), ୬ ବର୍ଷର ଝିଅ ସରିତା ମାର୍ଣ୍ଡି ଓ ୩ ମାସର ପୁଅ ଜଗଦୀଶ ମାର୍ଣ୍ଡି।

ପ୍ରକାଶ ଥାଉକି ମଙ୍ଗଲ ପୂର୍ବରୁ ଜଣକୁ ବିବାହ କରିଥିବା ବେଳେ ଘରେଇ କୋଳି ଯୋଗୁ ସେ ତାକୁ ଛାଡ଼ିଦେଇ ଦ୍ଵିତୀୟ ବିବାହ କରିଥିଲେ। ଅଗ୍ନିକାଣ୍ଡରେ ମୃତ୍ୟୁର କାରଣ ସ୍ପଷ୍ଟ ନଥିବା ବେଳେ ପୁଲିସ ସନ୍ଦେହରେ ମଙ୍ଗଲକୁ ଝାରପୋଖରିଆ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ବାରିପଦାରୁ ସାଇଣ୍ଟିଫିକ ଟିମ ଆସିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପିଆରଏମ ମେଡିକାଲ କଲେଜକୁ ପଠାଯିବ ବୋଲି ଡିଏସପି ଶ୍ରୀ ମୁକ୍ତି କୁମାର କୁଲୁ ପ୍ରକାଶ କହିଛନ୍ତି।

Comments are closed.