ଚୋରାଚାଲାଣ କାଠ ବୋଝେଇ ପିକଅପ ଓ ଅଟୋ ଜବତ ; ୪ ଗିରଫ

ଦ୍ୱାରଶୁଣି : ବାଙ୍ଗିରିପୋଷି ବନବିଭାଗ  ଶୁକ୍ରବାର ବିଲମ୍ବିତ ରାତିରେ ବିଶେଷ ସୂତ୍ରରୁ ଖବର ପାଇ ଝାରପୋଖରିଆ ଥାନା ଅଧିନ ସୀମାନ୍ତ କଲେଜ ସମ୍ମୁଖରେ ଏକ କାଠ ଗଣ୍ଡି ବୋଝେଇ ପିକ ଅପକୁ ଜବତ କରିଛି। ପିକ ଅପରେ ମୋଟ ୧୩ଟି ନିମ ଓ କୋଇମ ଗଣ୍ଡି ଥିବା  ଜଣାପଡ଼ିଛି। ଯାହାର ଆନୁମାନିକ ମୂଲ୍ୟ ୮୦ହଜାର ହେବବୋଲି ରେଞ୍ଜର ତପନ କୁମାର ଦାସ କହିଛନ୍ତି। ବନବିଭାଗ ଡ୍ରାଇଭର ସମେତ ତିନି ଜଣକୁ ଗିରଫ କରିଛି।

ସେହିପରି, ଅନ୍ୟପଟେ ୩୩ଖଣ୍ଡ ଶିମିଳି ପଟା ନେଇ ଯାଉଥିବା ଏକ ଅଟୋକୁ ମାଟିଆବେଡା ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ବନବିଭାଗ ଜବତ କରିଛି। ବନବିଭାଗ ଅଟୋ ସମେତ ଡ୍ରାଇଭରକୁ ଗିରଫ କରିଛି। ସମସ୍ତ ଗିରଫ ଆସାମୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଆଜି କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜର ପ୍ରକାଶ କରିଛନ୍ତି।

Comments are closed.