ଡିଏଫଓ ଅଫିସ ସ୍ଥାନାନ୍ତରଣ ଦାବିରେ ୧୨ ଘଣ୍ଟିଆ ବନ୍ଦଡାକରା

0

ଦ୍ୱାରଶୁଣି: ଗୁରୁବାର ମୟୁରଭଞ୍ଜ ଜିଲ୍ଲା ପଞ୍ଚପୀଢ ଉପଖଣ୍ଡରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । କରଞ୍ଜିଆରେ ଥିବା ଡିଏଫଓ ଅଫିସ ସ୍ଥାନାନ୍ତରିତ ପ୍ରତିବାଦରେ କରଞ୍ଜିଆ ବାର୍ ଆସୋସିଏସନ୍ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି । ସୂଚନା ଅନୁସାରେ କରଞ୍ଜିଆସ୍ଥିତ ଡିଏଫଓ ଅଫିସ ସ୍ଥାନାନ୍ତରିତ କରାଯିବା ନେଇ କିଛି ଦିନ ପୂର୍ବରୁ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବାର୍ ଆସୋସିଏସନ୍ ତଥା ବିଭିନ୍ନ ରାଜନୈତିକ ଦଳ ଧାରଣାରେ ବସିଥିଲେ । କିନ୍ତୁ ପ୍ରଶାସନିକ ଅଧିକାରୀ ଏଥିପ୍ରତି କର୍ଣ୍ଣପାତ ନକରିବାରୁ ଗୁରୁବାର ଜିଲାର ପଞ୍ଚପୀଢ ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି । କରଞ୍ଜିଆ ବାର୍ ଆସୋସିଏସନ୍ ଓ ବିଭିନ୍ନ ରାଜନୈତିକ ଦଳର ନେତାମାନେ ପିକେଟିଂ କରି ବନ୍ଦ ପାଳନ କରିଛନ୍ତି । ପଞ୍ଚପୀଢ ଉପଖଣ୍ଡରେ ଥିବା ପାଞ୍ଚଟି ବ୍ଲକ ଯଥା କରଞ୍ଜିଆ, ଯଶିପୁର, ଠାକୁରମୁଣ୍ଡା, ରରୁଆଁ, ଶୁକ୍ରୁଳି ପ୍ରଭୃତି ସ୍ଥାନରେ ବନ୍ଦ ପାଳନ କରାଯାଇଛି । ସମସ୍ତ ସ୍କୁଲ, କଲେଜ, ଦୋକାନ ବଜାର, ସରକାରୀ ତଥା ବେସରକାରୀ କାର୍ୟ୍ୟାଳୟ ବନ୍ଦ ରହିବା ସହ ଗାଡ଼ି ମୋଟର ଚଳାଚଳ ମଧ୍ୟ ବନ୍ଦ ରହିଛି । ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

Leave A Reply