ପୁଲିସ-ମାଓବାଦୀ ଗୁଳି ବନିମୟ ; ୨ ମାଓବାଦୀ ଆହତ, ଅସ୍ତ୍ର ଶସ୍ତ୍ର ମାଓ ପୋଷ୍ଟର ଜବତ

0

ବରଗଡ଼ : ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ ନିକଟ ମନଭଙ୍ଗା ଡ୍ୟାମ ନିକଟରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବନିମୟ ଘଟିଛି। ବିଜିଏଚ-ବିଜିଏଲ-ମହାସମୁଦ ଡିଭିଜନର ମାଓ କମାଣ୍ଡର ରବୀନ୍ଦ୍ରଙ୍କ ନେତୃତ୍ୱାଧୀନ ୧୦-୧୨ ମାଓବାଦୀଙ୍କ ଏକ କ୍ୟାମ୍ପ ଥିବା ସୂଚନା ପାଇ ଡିଭିଏଫ ଓ ପୁଲିସ ବାହିନୀ ବୁଧବାର ସକାଳୁ ମିଳିତ ଅଭିଯାନ ଆରମ୍ଭ କରିଥିଲେ। ପାହଡ ତଳେ ଏହି ମାଓ ଶିବିର ଥିବା ଜଣାପଡିଥିଲା।
ତେବେ ପୁଲିସ ଆସିବାର ସୂଚନା ପାଇ ମାଓବାଦୀମାନେ ଗୁଳି ଚାଳନା କରିଥିଲେ। ପୁଲିସର ବାରଣ ସତ୍ତ୍ବେ ମାଓବାଦୀମାନେ ଗୁଳି ଚାଳନା କରିଥିଲେ। ପରେ ପୁଲିସ ଓ ଡିଭିଏଫ ଜବାନଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ତେବେ କୁହୁଡି ଓ ଅନ୍ଧାରର ସୁଯୋଗ ନେଇ ପୁଲିସ ଉପରକୁ ଗୁଳି ଚାଳନା କରି ସେମାନେ ଖସି ଯିବାରେ ସକ୍ଷମ ହୋଇଛନ୍ତି। ଅନ୍ୟ ପକ୍ଷରେ ପୁଲିସ ଗୁଳିରେ ୨ ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି। ତେବେ ପୁଲିସ ତଲାସୀ ଅଭିଯାନ ଜାରି ରଖି ମାଓ ଶିବିରରୁ ୧୬ଟି ଗୁଳି, ଗୋଟିଏ ଛୁରୀ, ଗୋଟିଏ ଟର୍ଚ୍ଚ ଏବଂ ହାତଲେଖା ମାଓ ପୋଷ୍ଟର ଜବତ କରିଛି। ପାଇକମାଳ ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି।

Leave A Reply