ଅଚ୍ୟୁତଙ୍କ ପାଇଁ ଦୂତୀ ପ୍ରଚାର କରୁଥିବା ଅଭିଯୋଗ

ଭୁବନେଶ୍ୱର : ନିର୍ବାଚନ କମିଶନଙ୍କ ଆମ୍ବାସାଡର ତଥା ଆଥ୍ଲେଟ୍ ଦୂତୀ ଚାନ୍ଦଙ୍କ ନାମରେ ବିଜେଡ଼ିର କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ସେ ଅଚ୍ୟୁତଙ୍କ ପାଇଁ ଭୋଟ୍ ମାଗୁଥିବା ଅଭିଯୋଗ ହୋଇଛି।
ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସେ କହିଛନ୍ତି, ଅଭିଯୋଗର ଯାଞ୍ଚ କରାଯିବ। ଜଣେ ଆମ୍ବାସେଡ଼ର ହୋଇ ସେ ଏପରି କରିବା ଠିକ୍‍ ନୂହେଁ ବୋଲି କହିଛନ୍ତି। କେବଳ ନିର୍ବାଚନ କମିଶନ୍ଙ୍କ ଆମ୍ବାସାଡର ନୁହେଁ, ଦୂତୀ ଜଣେ ସରକାରୀ କର୍ମଚାରୀ ଭାବେ ମଧ୍ୟ କାର୍ୟ୍ୟରତ। ତେଣୁ ଏହା ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ ବୋଲି ଅଭିଯୋଗ ହୋଇଛି।

Comments are closed.