ଦୌଡରାଣୀ ଦୂତୀଙ୍କୁ ମିଳିଛି ୪ କୋଟି ୯ ଲକ୍ଷ ଟଙ୍କା

ଭୁବନେଶ୍ବର : ଓଡ଼ିଶାର ଦୌଡରାଣୀ ଦୂତୀ ଚାନ୍ଦଙ୍କୁ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ୪ କୋଟି ୯ ଲକ୍ଷ ଟଙ୍କାର ସହାୟତା ଦିଆଯାଇଥିବା କ୍ରୀଡା ଓ ଯୁବ ବ୍ୟାପାର ବିଭାଗ କହିଛି।

୨୦୧୮ରେ ଏସୀୟ କ୍ରୀଡାରେ ପଦକ ଜିତିବା ପରେ ତାଙ୍କୁ ୩ କୋଟି ଟଙ୍କା ଦିଆଯାଇଥିଲା। ସେହିପରି ୨୦୧୫ରୁ ୨୦୧୯ ମଧ୍ୟରେ ପ୍ରଶିକ୍ଷଣ ପାଇଁ ୩୦ ଲକ୍ଷ ଟଙ୍କାର ସହାୟତା ଦିଆଯାଇଛି I ୨୦୧୫ରୁ ଏଯାବତ ୪ କୋଟି ୯ ଲକ୍ଷ ଟଙ୍କା ଦିଆଯାଇଥିବା କହିଛି କ୍ରୀଡା ବିଭାଗ।

Comments are closed.