ରାଜନୀତି ମଇଦାନକୁ ଓହ୍ଲାଇବେ ଦୂତି

ନୂଆଦିଲ୍ଲୀ : ଖେଳରୁ ଅବସର ପରେ ରାଜନୀତି ମଇଦାନରେ ପାଦ ରଖିବେ ଦୂତି ଚାନ୍ଦ। ରାଜନୀତି ପ୍ରତି ତାଙ୍କର ଆଗ୍ରହ ରହିଛି; ସମୟ ଆସିଲେ ରାଜନୀତି ମାଧ୍ୟମରେ ଲୋକଙ୍କ ସେବା କରିବେ ବୋଲି ଚାନ୍ଦ ଗଣମାଧ୍ୟମ ସିଏନ୍‌ଏନ୍‌କୁ ଏକ ସାକ୍ଷାତକାର ବେଳେ କହିଛନ୍ତି। ନିକଟରେ ନିଜକୁ ସମଲିଙ୍ଗୀ ଭାବେ ଘୋଷଣା କରି ଚର୍ଚ୍ଚା ଓ ବିବାଦ ଘେରକୁ ଆସିଥିବା ସ୍ପଷ୍ଟବାଦୀ ଦୂତି କହିଛନ୍ତି ଯେ ତାଙ୍କ ଜୀବନ ସଂଗ୍ରାମରେ ବିତିଛି। ଖେଳ ହେଉ କି ବ୍ୟକ୍ତିତ ଜୀବନ; ଏହି ସଂଗ୍ରାମ ସମୟରେ ବହୁ ଲୋକ ତାଙ୍କୁ ପାଖରେ ଛିଡ଼ା ହୋଇଛନ୍ତି ଓ ସମର୍ଥନ ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜନୀତିରେ ପାଦ ରଖିଲେ କିଛି ଅସୁବିଧା ହେବ ନାହିଁ। କେଉଁ ଦଳରୁ ସେ ରାଜନୀତି କରିବେ ତାହା ସେ ସ୍ପଷ୍ଟ କରି ନାହାନ୍ତି। ରାଜନୈତିକ ଜୀବନ ଆରମ୍ଭ କଲାବେଳକୁ ଯେଉଁ ଦଳ ଲୋକଙ୍କ ପାଇଁ ଠି୍‌କ କାମ କରୁଥିବା ଦେଖିବେ; ସେହି ଦଳରେ ସାମିଲ ହେବେ ବୋଲି ୨୩ବର୍ଷିଆ ଦୂତି କହିଛନ୍ତି। ଉଲ୍ଲେଖଯୋଗ୍ୟ; ନିକଟରେ ଅନୁଷ୍ଠିତ ନିର୍ବାଚନ ସମୟରେ ଦୂତି ଓଡ଼ିଶା ସରକାରଙ୍କୁ ତଥା ଶାସକ ବିଜେଡିକୁ ପଶଂସା କରି ଚର୍ଚ୍ଚାକୁ ଆସିଥିଲେ।

Comments are closed.