ଟପ୍‌ କୋର ଗ୍ରୁପରେ ୨୦ ଆଥ୍‌ଲେଟ୍‌ ସାମିଲ; ଓଡ଼ିଶାରୁ ଦୂତି

ନୂଆଦିଲ୍ଲୀ : ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ୨୦୨୧ ଟୋକିଓ ଅଲିମ୍ପିକ୍‌ସ ପ୍ରସ୍ତୁତି ନେଇ ଗଠିତ ଟାର୍ଗେଟ ଅଲିମ୍ପିକ୍‌ସ ପୋଡ଼ିୟମ (ଟପ୍) କୋର ଗ୍ରୁପ୍‌ରେ ୭ ଗୋଟି କ୍ରୀଡ଼ା ଶୃଙ୍ଖଳାରେ ନୂତନ ଭାବେ ୨୦ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ସେଥିମଧ୍ୟରୁ ନୂତନ ଭାବେ ୭ଜଣ ଆଥ୍‌ଲେଟ୍‌ଙ୍କୁ ଡେଭଲପମେଣ୍ଟାଲ ଗ୍ରୁପରେ ସାମିଲ କରାଯାଇଛି। ଟପ୍‌ କୋର ଗ୍ରୁପରେ ପୂର୍ବରୁ ଓଡ଼ିଶାରୁ ବିଶ୍ବ ଚମ୍ପିଆନ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ର​‌େ​‌ମାଦ ଭଗତ ସ୍ଥାନ ପାଇଥିବା ବେଳେ ନୂତନ ଭାବେ ଅଲିମ୍ପିଆନ ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କୁ ସ୍ଥାନମିିଳିଛି। ସମନ୍ତଙ୍କୁ ୨୦୨୧ ଟୋକିଓ ଅଲିମ୍ପିକ୍‌ସ ଲାଗି ଯୋଗ୍ୟତା ହାସଲ ଓ ପ୍ରସ୍ତୁତି ନେଇ ସ୍ବତନ୍ତ୍ର ପ୍ରଶିକ୍ଷଣ ସହ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦିଆଯିବ। ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଓ ପାରା ଆଥ୍‌ଲେଟ୍‌ ଜୟନ୍ତୀ ବେହେରା ୨୦୧୮ରେ ଟପ୍‌ କୋର ଗ୍ରୁପରେ ସ୍ଥାନ ପାଇଥିଲେ। ଉଭୟ ଜୟନ୍ତୀ ଓ ପ୍ରମୋଦ ୨୦୨୧ ପାରା ଅଲିମ୍ପିକ୍‌ସ ଲାଗି ଯୋଗ୍ୟତା ହାସଲ କରିଛନ୍ତି। ଜୟନ୍ତୀ ଟପ୍‌ କୋର ଗ୍ରୁପ ଯୋଜନାରୁ ବାଦ୍‌ ପଡ଼ିଥିବା ବେଳେ ପ୍ରମୋଦ ସ୍ଥାନ ବଜାୟ ରଖିଛନ୍ତି।

Comments are closed.