ଏସୀୟ କ୍ରୀଡାରେ ଚମକିଲେ ଓଡିଆ ଝିଅ ଦୂତୀ ଚାନ୍ଦ, ୧୦୦ ମିଟର ଦୌଡରେ ଜିତିଲେ ରୌପ୍ୟ ପଦକ

0

ଜାକାର୍ତ୍ତା.- ଜାକାର୍ତ୍ତାରେ ଚାଲିଥିବା ଏସୀୟ କ୍ରୀଡାରେ ଓଡିଆ ଝିଅ ଦୂତୀ ଚାନ୍ଦ ୧୦୦ ମିଟର ଦୌଡର ଫାଇନାଲରେ ରୌପ୍ୟ ପଦକ ଜିତିଛନ୍ତି । ସେ ଏହି ଦୂରତାକୁ ୧୧.୩୨ ସେକେଣ୍ଡରେ ଅତିକ୍ରମ କରିଛନ୍ତି । ସେ ଏହା ସହ ଆଥଲେଟ୍‌ରେ ଓଡିଶା  ସହ ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି ।

ଦୂତୀ ସେମିଫାଇନଲ୍‌ ୧୧.୪୩ ସେକେଣ୍ଡରେ ୧୦୦ ମିଟର ଦୂରତାକୁ ଅତିକ୍ରମ କରି ଫାଇନାଲ୍‌ରେ ପହଞ୍ଚିଥିଲେ । ଶୁକ୍ରବାରରେ ସେ ୧୧.୩୮ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ସେ ସେମିଫାଇନାଲ୍କୁ ଉନ୍ନିତ ହୋଇଥିଲେ ।

Leave A Reply