‘ଦି କପିଲ ଶର୍ମା ଶୋ’ରେ ଦୂତୀ

ମୁମ୍ବଇ : ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡିଆ ଝିଅ ଦୌଡ଼ ରାଣୀ ଦୂତୀ ଚାନ୍ଦ ସୋନୀ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ କମେଡ଼ି ଧାରାବାହିକ ‘ଦି କପିଲ ଶର୍ମା ଶୋ’ ରେ ଯୋଗ ଦେଇଛନ୍ତି। ସେ ପ୍ରଥମ ଓଡ଼ିଆ ଝିଅ ଭାବେ ଏହି ଶୋ’ରେ ସାମିଲ ହୋଇଛନ୍ତି। ଏହାସହିତ ତାଙ୍କ ସହ ଏହି ଶୋ’ରେ ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂଟିଆ ଓ ହକି କ୍ରୀଡ଼ାବିତ୍ ସନ୍ଦିପ ସିଂହ ସାମିଲ ହୋଇଥିଲେ।ଦୂତୀ ସାମାଜିକ ଗଣମାଧ୍ୟମରେ ଶୋ’ରେ ଉଠାଇଥିବା କିଛି ଫଟୋ ଶେୟାର କରି ଲେଖିଛନ୍ତି, ‘‘ପ୍ରଥମ ଓଡ଼ିଆ ଝିଅ ଭାବେ କପିଲ ଶର୍ମା ଶୋ’ରେ ପାଦ ଯୋଗ ଦେଇ ଥିବାରୁ ମୁଁ ବହୁତ ଖୁସି। ଏଭଳି ଏକ ନିଆରା କାର୍ୟ୍ୟକ୍ରମକୁ ନିମନ୍ତ୍ରଣ କରିଥିବାରୁ କପିଲ ଶର୍ମାଙ୍କୁ ମୁଁ ଧନ୍ୟବାଦ ଜଣାଉଛି’’।