ଏସୀୟ କ୍ରୀଡାର ମହିଳା ୨୦୦ ମିଟର ଦୌଡ ଫାଇନାଲ୍‌ରେ ଦୂତି ଜିତିଲେ ରୌପ୍ୟ ପଦକ

0

ଜାକାର୍ତ୍ତା.- ଇଣ୍ଡୋନେସିଆର ଜାକାର୍ତ୍ତାରେ ଚାଲିଥିବା ଏସୀୟ କ୍ରୀଡାରେ ଦୂତି ଚାନ୍ଦ ମହିଳା ୨୦୦ ମିଟର ଦୌଡ ପ୍ରତିଯୋଗିତାର ଫାଇନାଲ୍‌ରେ ରୌପ୍ୟ ପଦକ ଜିତିଛନ୍ତି । ୨୩.୨୦ ସେକେଣ୍ଡରେ ସେ ଏହି ଦୂରତା ଅତିକ୍ରମ କରିଥିଲେ । ସେ ପୂର୍ବରୁ ମହିଳା ୧୦୦ ମିଟର ଦୌଡ ପ୍ରତିଯୋଗିତାରେ  ରୌପ୍ୟ ପଦକ ଜିତିଥିଲେ ।

ଯୋଗ୍ୟତା ପର୍ଯ୍ୟାୟରୁ ସେମିଫାଇନଲ୍‌କୁ ଉନ୍ନୀତ ହେବା ପରେ ସେ ସେମିଫାଇନଲ୍‌ରେ ୨୦୦ ମିଟର  ଦୂରତା ଅତିକ୍ରମ କରିବା ପାଇଁ ୨୩  ସେକେଣ୍ଡ ସମୟ ନେଇଥିଲେ । ଆଗାମୀ ଦିନରେ ସେ ସ୍ୱର୍ଣ୍ଣ ପାଇଁ ଚେଷ୍ଟା ଜାରି ରଖିବେ ବୋଲି ଦୂତି କହିଛନ୍ତି ।

Leave A Reply