ଦୂତୀଙ୍କ ନୂଆ ଜାତୀୟ ରେକର୍ଡ, ୧୦୦ମିଟର ଦୌଡ଼କୁ ୧୧.୧୭ ସେକେଣ୍ଡରେ ଅତିକ୍ରମ

ଭୁବନେଶ୍ବର: ୧୦୦ ମିଟର ଦୌଡ଼ରେ ନୂଆ ଜାତୀୟ ରେକର୍ଡ କରିଛନ୍ତି ସ୍ପ୍ରିଣ୍ଟର ଦୂତୀ ଚାନ୍ଦ। ପଟିଆଲାରେ ଇଣ୍ଡିଆନ ଗ୍ରାଁ ପିରେ ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି ଦୂତୀ ଚାନ୍ଦ। ୧୦୦ମିଟର ଦୌଡ଼କୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ରେକର୍ଡ କରିଛନ୍ତି। ପୂର୍ବରୁ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କ ନାମରେ ୧୧.୨୨ ସେକେଣ୍ଡର ରେକର୍ଡ ରହିଥିଲା। ଅପରପକ୍ଷରେ ଆଜି ଦୂତୀ ଚାନ୍ଦ ନିଜର ନୂଆ ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ, କିନ୍ତୁ ୦.୦୨ ସେକେଣ୍ଡ ପାଇଁ ସେ ଟୋକିଓ ଅଲିମ୍ପିକ୍ସରୁ ଯୋଗ୍ୟତା ପର୍ଯ୍ୟାୟରେ ଖେଳିବାରୁ ବାଦ୍ ପଡିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଆଜି ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ନିଜ ପୂର୍ବ ଜାତୀୟ ରେକର୍ଡକୁ ଭାଙ୍ଗିବା ସହିତ ୧୦୦ ମିଟର ଦୌଡ଼ରେ ନୂଆ କିର୍ତ୍ତୀ ଅର୍ଜନ କରିଛନ୍ତି। ମାତ୍ର ୧୧.୧୭ ସେକେଣ୍ଡରେ ଦୂତୀ ୧୦୦ ମିଟର ଅତିକ୍ରମ କରିବା ସହିତ ରେକର୍ଡ ବୁକରେ ନିଜ ରେକର୍ଡକୁ ନିଜେ ହିଁ ଭାଙ୍ଗିଛନ୍ତି।
ଆଜି ଭାରତୀୟ ଧାବିକା ମାନଙ୍କର ଦୌଡ଼ରେ ଦୂତୀ ଚାନ୍ଦ ସବୁଠୁ ଆଗରେ ରହିଥିଲେ। ସେ ୧୦୦ ମିଟର ରେସକୁ ମାତ୍ର ୧୧.୧୭ ସେକେଣ୍ଡରେ ଅତିକ୍ରମ କରିଥିଲେ। ତାଙ୍କ ପଛକୁ କର୍ଣ୍ଣାଟକର ଧନେଶ୍ୱରୀ ୧୧.୪୮ ସେକେଣ୍ଡରେ ଏବଂ ପଶ୍ଚିମବଙ୍ଗର ହିମାଶ୍ରୀ ରାୟ ୧୧.୭୧ ସେକେଣ୍ଡରେ ୧୦୦ ମିଟର ଦୌଡ଼ ଅତିକ୍ରମ କରିଥିଲେ।

Comments are closed.