ସଫେଇ ଦେଲେ ଦୂତି, ଦେଶ ପାଇଁ କିଛି କରିଛି

ରାଜ୍ୟ ସରକାର ୫ ବର୍ଷରେ ଆର୍ଥିକ ପ୍ରୋତ୍ସାହନ ବାବଦରେ ୪ କୋଟି ୯ ଲକ୍ଷ ଟଙ୍କା ପ୍ରଦାନ କରିଥିବା ନେଇ ସଫେଇ ଦେବା ପରେ ଦୂତି ଚାନ୍ଦ ଗଣମାଧ୍ୟମରେ ତାଙ୍କ ସ୍ପଷ୍ଟୀକରଣ ଦେଇଛନ୍ତି। ଦୂତି କହିଛନ୍ତି, ରାଜ୍ୟ ସରକାର ଓ କିଟ୍‌ ଫାଉଣ୍ଡେସନର ପ୍ରୋତ୍ସାହନରେ ମୁଁ ଏତେ ବାଟ ଆସିପାରିଛି। ଏହାକୁ କେବେ ଅସ୍ବୀକାର କରିପାରିବି ନାହଁ। ରାଜ୍ୟ ସରକାର ବିଗତ ୫ବର୍ଷ ହେବ ମୋତେ ବିଭିନ୍ନ କ୍ଷେତ୍ରରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଉକ୍ତ ଆର୍ଥିକ ପ୍ରୋତ୍ସାହନକୁ କେବେ ମୁଁ ବୃଥାରେ ଯିବାକୁ ଦେଇନାହିଁ। ଏହାର ପ୍ରତି ବଦଳରେ ଦେଶ ଓ ରାଜ୍ୟ ପାଇଁ କିଛି କରିଛି।

୨୦୧୮ ଏସୀୟ କ୍ରୀଡ଼ା ଏବଂ ୨୦୧୯ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଭଳି ପ୍ରତିଯୋଗିତାରେ ଦେଶ ପାଇଁ ସୁନାମ ଆଣିଛି। ଗତ ୫ ବର୍ଷ ହେବ ନିୟମିତ ଭାବେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତା ପାଇଛି। ୨୦୧୮ଏସୀୟ କ୍ରୀଡ଼ାରେ ଦେଶ ପାଇଁ ୨ଟି ରୌପ୍ୟ ପଦକ ହାସଲ କରିଥିଲି। ଏଥିପାଇଁ ମୋତେ ରାଜ୍ୟ ସରକାର ପୁରସ୍କାର ବାବଦରେ ୩ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ଉକ୍ତ ଅର୍ଥ ପ୍ରଶିକ୍ଷଣ ପାଇଁ ନୁହେଁ ବୋଲି ଦୂତି କହିଛନ୍ତି। ଏହାଛଡ଼ା ଓଡ଼ିଶା ଖଣି ନିଗମ ୨୯ ଲକ୍ଷ ଟଙ୍କା ପ୍ରଶିକ୍ଷଣ ବାବଦରେ ପ୍ରଦାନ କରିବା ନେଇ ଯେଉଁ ତଥ୍ୟ ରଖିଛନ୍ତି; ତାହା ମୋ ଦରମାକୁ ମିଶାଇ କୁହାଯାଇଛି ବୋଲି ଦୂତି କହିଛନ୍ତି। ତେବେ ରାଜ୍ୟର ଅନ୍ୟ ଖେଳାଳିଙ୍କୁ ମଧ୍ୟ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି। କିନ୍ତୁ ମୋତେ ଦେଇଥିବା ପୁରସ୍କାରକୁ ସର୍ବସାଧାରଣରେ ପ୍ରକାଶ କରିବା ନେଇ ସେ ମର୍ମାହତ ବୋଲି ଦୂତି କହିଛନ୍ତି।

Comments are closed.