ଆଶା ଆଶଙ୍କାରେ ଦୂତି

କଟକ: ଆଶା, ଆଶଙ୍କା ଓ ଅନିଶ୍ଚିତତା କରୋନା ମହାମାରୀ ମଧ୍ୟରେ ଆସନ୍ତା ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକ୍‌ସ ଆୟୋଜିତ ହେବାକୁ ଯାଉଛି। ଏଥିରେ ଅଂଶଗ୍ରହଣ କରିବା ଲାଗି ଭାରତୀୟ ଅଲିମ୍ପିକ୍‌ସ ମହାସଂଘ ପକ୍ଷରୁ ୧୨ଟି ଶୃଙ୍ଖଳାରେ ୯୫ଜଣ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଆର୍ଚେରୀ ଆସୋସିଏସନ ଅଫ ଇଣ୍ଡିଆ ଓ ଜାତୀୟ ବନ୍ଧୁକଚାଳନା ମହାସଂଘ ସେମାନଙ୍କ ଦଳ ଘୋଷଣା କରିଛି। ଅନ୍ୟପକ୍ଷରେ ଦୌଡ଼କୁଦ, ମୁଷ୍ଟିଯୁଦ୍ଧ, ଅସୀ ଚାଳନା, ଇକ୍ୟୁଷ୍ଟେରିଆନ , ଜିମ୍ନାଷ୍ଟିକ, ନୌକାଚଳାନା, ମହିଳା ଓ ପୁରୁଷ ହକି, ପାଲଟଣା ନୌଚାଳନା, ବନ୍ଧୁକଚାଳନା, ଟେବୁଲଟେନିସ, ତୀରନ୍ଦାଜୀ, କୁସ୍ତି ଆଦି ବିଭାଗରେ ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି।

ଅଲିମ୍ପିକ୍‌ସରେ ଭାଗ ନେବା ଲାଗି ଲକ୍ଷ୍ୟ ରଖିଥିବା ଓଡ଼ିଶା ପ୍ରତିଯୋଗୀ ଧାବିକା ଦୂତି ଚାନ୍ଦ, ଜଉନା ମୁର୍ମୁ, ଅମୀୟ ମଲ୍ଲିକ, ଶ୍ରାବଣୀ ନନ୍ଦ, ପୂର୍ଣ୍ଣିମା ହେମ୍ବ୍ରମ ପ୍ରମୁଖଙ୍କ ଯୋଗ୍ୟତା ଆଶଙ୍କାରେ ରହିଛି। ପ୍ରତିଯୋଗିତା ଆଉ ଦୁଇ ମାସ ରହିଥିବାବେଳେ ଏଥିମଧ୍ୟରେ ଯୋଗ୍ୟତା ହାସଲ କରିବା କଷ୍ଟକର ହୋଇଛି। କାରଣ ଏବେ କରୋନା ମହାମାରୀ ପାଇଁ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ସ୍ଥଗିତ ରହିଛି। ଏଭଳି ପରିସ୍ଥିତିରେ ଦୂତି, ଅମୀୟ, ଜଉନା, ପୂର୍ଣ୍ଣିମା ଓ ଶ୍ରାବଣୀଙ୍କ ଯୋଗ୍ୟତା ହାସଲ କରିବା ନେଇ ସୁଯୋଗ ନଥିବାରୁ ସେମାନଙ୍କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।

Comments are closed.