ଡିୟୁଏସ୍‌ୟୁ ନିର୍ବାଚନ; ଏବିଭିପିକୁ ୩ , ଏନ୍‌ଏସ୍‌ୟୁଆଇକୁ ଗୋଟିଏ ଆସନ

0

ନୂଆଦିଲ୍ଲୀ : ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ(ଡିୟୁଏସ୍‌ୟୁ) ନିର୍ବାଚନରେ ବିଜେପି ସମର୍ଥିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ମୋଟ ୪ ଟି ଆସନରୁ ୩ଟିରେ ବିଜୟଲାଭ କରିଛି। ଅନ୍ୟ ଆସନଟି କଂଗ୍ରେସ ସମର୍ଥିତ ଭାରତୀୟ ଜାତୀୟ ଛାତ୍ର ସଂଘ(ଏନଏସୟୁଆଇ)କୁ ମିଳିଛି। ଏବିଭିପି ପ୍ରାର୍ଥୀ ଅକ୍ଷିତ ଦହିୟା ସଭାପତି, ପ୍ରଦୀପ ତନୱର ଉପସଭାପତି ଏବଂ ଶିବାଙ୍ଗୀ ଖରୱାଲ ଯୁଗ୍ମ-ସଚିବ ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରି ବହୁ ଭୋଟରେ ଜିତିଛନ୍ତି। ଏନଏସୟୁଆଇ ପ୍ରାର୍ଥୀ ଆକାଶ ଚୌଧୁରୀ ସମ୍ପାଦକ ଆସନ ଜିତିବାରେ ସଫଳ ହୋଇଛନ୍ତି।
ଶୁକ୍ରବାର ଗଣତିର ସିଧାପ୍ରସାରଣ ବ୍ୟବସ୍ଥା କରାଯାଇଥିଲା; ମାତ୍ର ଯାନ୍ତ୍ରିକ ତ୍ରୁଟି କାରଣରୁ ପ୍ରଥମରୁ ସେଥିରେ ବାଧା ଉପୁଜିଥିଲା। ଛାତ୍ରଛାତ୍ରୀମାନେ ଯନ୍ତ୍ରାଂଶ ସଜାଡିବାକୁ ଦାବି କରିବାରୁ ଗଣତିରେ ବିଳମ୍ବ ହୋଇଥିଲା। ଫଳରେ ପୂର୍ବାହ୍ଣ ୮ଟା ୩୦ ପରିବ​‌େ​‌ର୍ତ୍ତ ୧୦ଟା ୩୦ରେ ଭୋଟ ଗଣତି ଆରମ୍ଭ ହୋଇଥିଲା। ଇଭିଏମରେ ତ୍ରୁଟି ଅଭିଯୋଗ ସତ୍ତ୍ବେ ଯଥାସମୟରେ ୪ ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ଚଳିତଥର ୪ ଛାତ୍ରୀଙ୍କ ସମେତ ମୋଟ ୧୬ ଜଣ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ୫୨ଟି ମତଦାନ କେନ୍ଦ୍ରରେ ୧୪୪ଟି ଇଭିଏମରେ ମାଧ୍ୟମରେ ଭୋଟ ଗ୍ରହଣ କରାଯାଇଥିଲା।

Leave A Reply