ମାଡି ଆସୁଛି ଧୂଳି ଝଡ଼, ଦେଖନ୍ତୁ ଭିଡିଓ

ଜୟପୁର .- ପ୍ରତି ବର୍ଷ ଖରା ଦିନେ ରାଜସ୍ତାନରେ ଧୂଳିଝଡ ହୋଇଥାଏ ।  ଦିଲ୍ଲୀ ପର୍ଯ୍ୟନ୍ତ ରାଜସ୍ତାନ ର ଥର ମରୁଭୂମିରେ ହେଉଥିବା ଧୂଳିଝଡ଼ର ପ୍ରଭାବ ଦେଖିବାକୁ ମିଳେ । ଧୂଳିଝଡ ସମୟରେ କିଛି ଦେଖାଯାଇ ନଥାଏ  । ଏପରି ଏକ ଧୂଳିଝଡ ରାଜସ୍ତାନର ଚୁରୁ ଅଞ୍ଚଳରେ ମାଡି ଆସୁଥିବାର ଭିଡିଓ ଚିତ୍ରକୁ ଅନେକ ନିଜ ମୋବାଇଲ କ୍ୟାମେରାରେ କଏଦ କରିଛନ୍ତି ।

ଏହି ଭିଡିଓରେ ଧୂଳିର ଆସ୍ତରଣ ମାଡି ଆସୁଥିବା ଦେଖିବାକୁ ମିଳିଛି । ସେଠାରେ ଥିବା ବାସିନ୍ଦା ନିଜ ମୋବାଇଲ୍‌ ଫୋନ୍‌କ୍ୟାମେରାରେ ଏହି ଭିଡିଓକୁ ଉତ୍ତୋଳନ କରିଥିଲେ ।

ଏହି ଧୂଳିଝଡ଼ ରାଜସ୍ତାନର ଥର୍‌ ମରୁଭୂମିରେ ହୋଇଥିବା ଜଣା ପଡିଛି । ଧୂଳିଝଡ ଯୋଗୁଁ ସେହି ସ୍ଥାନରେ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି । ରାଜସ୍ତାନର ଥର୍‌ ମରୁଭୂମିରେ ଥିବା ପିଲାନି, ଶିକାର, ଝୁନ୍‌ଝୁନ୍‌, ବିକାନେର୍‌, ଜୟପୁର ଓ ଚୁରୁ ଅଞ୍ଚଳରେ ଏହି ଧୂଳି ଝଡ ହୋଇଥିଲା ।

Video courtesy -HINDUSTAN TIMES

Comments are closed.