ଦଶହରାରେ ଚାପକୁ ବାହାରିଲେ ଦିଅଁ

ସୁଆଣ୍ଡୋ: କାହିଁ କେଉଁ କାଳରୁ ପୁରୀଜିଲା ସତ୍ୟବାଦୀବ୍ଲକ ଅନ୍ତର୍ଗତ ବଳପୁର ଗ୍ରାମରେ ଦଶହରା ଦିନ ଭାର୍ଗବୀନଦୀରେ ଶ୍ରୀ ବାଲୁଙ୍କେଶର ମହାଦେବ ଚାପ ଖେଳିବାର ପରମ୍ପରା ରହିଆସିଛି। ଏହି ଅବସରରେ ଠାକୁରଙ୍କ ଦୈନିକ ନୀତିକାନ୍ତି ସରିବା ପରେ ସୋମବାର ଅପରାହ୍ନରେ ଠାକୁର ଠାକୁରାଣୀ ପାନିଆମୁଣ୍ଡି ସୁସଜ୍ଜିତ ବିମାନରେ ବିଜେ କରି ଘଣ୍ଟ ଘଣ୍ଟା କାହାଳି ଛତି ତ୍ରାସ ବୈରଖ ଆଲଟ ଚାମର ମଶାଲ ବାଜାବାଜି ନଦୀ ତୁଠରେ ପହଞ୍ଚିଛନ୍ତି। ମହାପ୍ରଭୁ ଅପେକ୍ଷାରତ ସୁଷମା ନୌକାରେ ବିଜେ କରି ଚାପ ଖେଳିଥାନ୍ତି।

ଚାପ ଖେଳୁଥିବା ଡଙ୍ଗାରେ ଓଡିଶୀ ସଙ୍ଗୀତ ପରିବେଷଣ ହୋଇଥିଲା। ନଦୀର ଉଭୟ ପାର୍ଶ୍ବରେ ଶହ ଶହ ଲୋକ ଠାକୁରଙ୍କ ଚାପ ଦେଖିବାକୁ ଗହଳି ଲାଗିଥିଲା। ଶ୍ରଦ୍ଧାଳୁ ମାନେ ନଦୀ ପାର୍ଶ୍ବରେ ମାନସିକ ଭୋଗ କରିଛନ୍ତି। ବର୍ଷକେ ଥରେ ଏହି ଚାପ କରାଯାଇଥାଏ। ନଦୀର ଉଭୟ ପାର୍ଶ୍ବରେ ଏକ କୋଶ ଧରି ଚାପ କରାଯାଇଛି।

Comments are closed.