ଖରିଫ ଋତୁରେ ସଂଗ୍ରହ ହେଲାଣି ୫୬୩ଲକ୍ଷ ଟନ୍ ଧାନ

ଚଳିତ ଖରିଫ ବିପଣନ ଋତୁରେ ପାଖାପାଖି ୫୬୩ଲକ୍ଷ ଟନ୍ ଧାନ ସଂଗୃହୀତ ହୋଇଛି। ଗତବର୍ଷ ତୁଳନାରେ ଏହା ୨୬.୨୮ପ୍ରତିଶତ ଅଧିକ। ଗତବର୍ଷ ଏହି ସମୟ ମଧ୍ୟରେ ୪୪୫ଲକ୍ଷ ଟନ୍ ଧାନ ସଂଗୃହିତ ହୋଇଥିଲା। କୃଷି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରି ଚାଷୀଙ୍କଠାରୁ ଧାନ ସଂଗ୍ରହ କାର୍ଯ୍ୟ ଜାରି ରହିବ। ୭୮ଲକ୍ଷ ଚାଷୀ ଏହା ଦ୍ୱାରା ଉପକୃତ ହୋଇଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ସେମାନଙ୍କ ଜମା ଖାତାକୁ ୧ ଲକ୍ଷ ୬୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି।
ପଞ୍ଜାବ, ହରିୟାଣା,ଉତ୍ତରପ୍ରଦେଶ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ତାମିଲନାଡୁ, ଚଣ୍ଡିଗଡ, ଜାମ୍ମୁ ଏବଂ କାଶ୍ମୀର, କେରଳ,
ଗୁଜରାଟ୍, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଓଡିଶା, ମଧ୍ୟପ୍ରଦେଶ, ବିହାର, ମହାରାଷ୍ଟ୍ର, ଝାଡଖଣ୍ଡ, ଆସାମ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗରୁ ଏହି ଧାନସଂଗ୍ରହ କାର୍ଯ୍ୟ ଜାରି ରହିଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି।