ଭୁବନେଶ୍ବର ଦୁର୍ଗାପୂଜା : ଝଲସିବନି ଆଲୋକମାଳା-ହେବନି ତୋରଣ

ଭୁୁବନେଶ୍ୱର : ଚଳିତବର୍ଷ ରାଜଧାନୀ ଭୁବନେଶ୍ବରରେ ଆଡମ୍ବରଶୁନ୍ୟ ଭାବରେ ପାଳନ ହେବ ଦୁର୍ଗାପୂଜା। ଏହି ବର୍ଷ ଭୁବନେଶ୍ୱରରେ ଆଡମ୍ବରଶୂନ୍ୟ ଦୁର୍ଗାପୂଜା ଆୟୋଜନ କରିବା ପାଇଁ ବିଭିନ୍ନ ପୂଜା କମିଟି ସହ ପୁଲିସ କମିଶନରଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ପୂଜାରେ ତୋରଣ ଓ ଆଲୋକମାଳା ଲାଗିବନି । ମାଇକ ମଧ୍ୟ ବାଜିବନି କିନ୍ତୁ କେବଳ ମନ୍ତ୍ରପାଠ ଲାଗି ମାଇକ ବାଜିବ କି ନାହିଁ ତା’ ଉପରେ ବିଚାର କରାଯିବ। ପୂଜା କମିଟି ସମସ୍ତ କୋଭିଡ ଗାଇଡଲାଇନ ପାଳନ କରି ମାତ୍ର ୧୦ ଜଣ ସଦସ୍ୟଙ୍କୁ ନେଇ ପୂଜା କରିବେ ।

ସେହିପରି ମୂର୍ତ୍ତିର ଉଚ୍ଚତା ୪ରୁ ୫ ଫୁଟ ମଧ୍ୟରେ ରହିବ । ରାବଣ ପୋଡି କି ଭସାଣ ଉତ୍ସବ କରାଯିବ ନାହିଁ । କେବଳ ମୂର୍ତ୍ତି ବିସର୍ଜନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ଘର ଘର ବୁଲି ଚାନ୍ଦ ଆଦାୟ କରାଯିବ ନାହିଁ । ସ୍ୱଇଚ୍ଛାରେ ଯିଏ ଯାହା ଦେବ ତାକୁ ଗ୍ରହଣ କରାଯିବ । ଏଥିସହ ଲୋକେ ମଣ୍ଡପକୁ ନଆସି ଘରେ ରହି ପୂଜା ପାଳନ କରିବେ ବୋଲି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।

Comments are closed.