ସାକ୍ଷୀଗୋପାଳରେ ଜାକଜମକରେ ପାଳନ କରାଗଲା ଦଶହରା

0

ସୁଆଣ୍ଡୋ – ପୁରୀଜିଲା ସାକ୍ଷୀଗୋପାଳରେ ଜାକ ଜମକରେ ଦଶହରା ପାଳନ କରାଯାଇଛି । ସାକ୍ଷୀ ଗୋପାଳର ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ଦୂର୍ଗା ପାଣ୍ଡାଲରେ ଦଶହରା ପାଳନ କରାଯାଇଛି । ଦଶହରାରେ ଠାକୁରାଣୀଙ୍କ ସୁସଜ୍ଜିତ ବିମାନରେ ପୀଠ ଦେବୀଙ୍କ ଗ୍ରାମ ପରିକ୍ରମା କରିବା ସହ ସ୍ୱତନ୍ତ୍ର ଦୁଆରିପୂଜା  ଅନୁଷ୍ଠିତ ହୋଇଥିଲା ।  ବ୍ରାହ୍ମଣ ଶାସନ ତଥା ଦେବୀପୀଠ ମାନଙ୍କରେ ମଧ୍ୟ ମନ୍ଦିର ମାନଙ୍କରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଛି ।

Leave A Reply