ଦୁର୍ଗା ପୂଜା ୨୦୨୦ : ନବରାତ୍ର ସମୟରେ କରନ୍ତୁ ନାହିଁ ଏହି କାର୍ଯ୍ୟ

ଶାରଦୀୟ ନବରାତ୍ର ପର୍ବ ହିନ୍ଦୁଧର୍ମର ପ୍ରମୁଖ ପର୍ବ। ଚଳିତ ବର୍ଷ ଏହି ପର୍ବ ୧୭ ଅକ୍ଟୋବର ରୁ ଆରମ୍ଭ ହୋଇ ୨୫ ଅକ୍ଟୋବରରେ ସମାପ୍ତ ହେବ। ନଅ ଦିନ ଯାଏଁ ପାଳନ ହେଉଥିବା ଏହି ପର୍ବ ମା’ଦୁର୍ଗାଙ୍କର ନଅ ସ୍ୱରୂପର ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଏହି ସମୟରେ ଏପରି କିଛି କାର୍ଯ୍ୟ ରହିଛି ଯାହା କରିବା ଅନୁଚିତ ଓ ସେହି ଦିଗ ପ୍ରତି ବିଶେଷ ଧ୍ୟାନ ରଖିବା ମଧ୍ୟ ଆବଶ୍ୟକ।
ନବରାତ୍ର ସମୟରେ ଘରେ କଳସ ସ୍ଥାପନା କରାଯିବା ସହ ଅଖଣ୍ଡ ଜ୍ୟୋତି ମଧ୍ୟ ପ୍ରଜ୍ଜ୍ୱଳନ କରାଯାଏ। ଘରେ ଭଜନ କିର୍ତ୍ତନର ଆୟୋଜନ କରାଯାଏ। ତେଣୁ ଏହି ସମୟରେ ଘରକୁ ଛାଡ଼ି ଅନ୍ୟ କେଉଁ ସ୍ଥାନକୁ ଯାଆନ୍ତୁ ନାହିଁ। ନବରାତ୍ର ସମୟରେ ଖାଦ୍ୟରେ ପିଆଜ, ରସୁଣ ଓ ଆମିଷ ଖାଆନ୍ତୁ ନାହିଁ।
ନବରାତ୍ର ବ୍ରତ ସମୟରେ ନଅ ଦିନ ପର୍ଯ୍ୟନ୍ତ ଖାଦ୍ୟରେ ଅନ୍ନ ଓ ଲୁଣ ସେବନ କରନ୍ତୁ ନାହିଁ। ଏହି ସମୟରେ ପାଣି ସିଙ୍ଗଡାର ଅଟା, ସାବୁଦାନା, ଫଳ, ଆଳୁ, ବାଦାମ ଆଦି ଖାଇପାରିବେ।
ବ୍ରତ ପାଳନ କରୁଥିବା ଭକ୍ତ ଚମଡାର ବେଲ୍ଟ, ଚପଲ, ପର୍ସ ଆଦିର ବ୍ୟବହାର କରନ୍ତୁ ନାହିଁ।
ନବରାତ୍ର ବ୍ରତର ନିୟମ ଅନୁଯାୟୀ, ବ୍ରତ ପାଳନ କରୁଥିବା ଭକ୍ତ କେଶ, ଦାଢି ଆଦି କାଟନ୍ତୁ ନାହିଁ। ଏହି ସମୟରେ ନଖ କାଟନ୍ତୁ ନାହିଁ।
ନବରାତ୍ରରେ ବ୍ରତର ନିୟମ ଅନୁଯାୟୀ, ବ୍ରତ ପାଳନ କରୁଥିବା ଭକ୍ତ କଳାରଙ୍ଗର ପୋଷାକ ଧାରଣ କରନ୍ତୁ ନାହିଁ। ଦିନ ସମୟରେ ଶୁଅନ୍ତୁ ନାହିଁ। ଖଟରେ ମଧ୍ୟ ଶୁଅନ୍ତୁ ନାହିଁ।
ଏହାସହ ମା’ଙ୍କ ପୂଜା ସମର୍ପଣର ଭାବନାରେ କରନ୍ତୁ।

 

Comments are closed.