ଦଶହରା ପୂଜା ସମୟରେ ନବରାତ୍ରର ମହତ୍ତ୍ୱ ଓ ଭୋଗ

ଆସିଛି ଦଶହରା। ମା’ ଦଶଭୂଜା ଧରାପୃଷ୍ଠରେ ଅବତରଣ କରିଛନ୍ତି। ଏହି ଦଶହରା ପୂଜା ସମୟରେ ନବରାତ୍ରର ବିଶେଷ ମହତ୍ତ୍ୱ ରହିଛି। ଏହି ସମୟରେ ମା’ଜଗତଜନନୀ ଦେବୀଙ୍କର ଆରାଧନା କରିବା ସହ ବ୍ରତ ଉପବାସ ମଧ୍ୟ ପାଳନ କରାଯାଏ। ନବରାତ୍ରର ନଅ ଦିନରେ ମା’ଙ୍କ ବିଭିନ୍ନ ରୂପକୁ ପୂଜାର୍ଚ୍ଚନା କରାଯାଏ। ସେହି ପ୍ରକାରେ ଏହି ୯ ଦିନରେ ମା’ଙ୍କ ନିକଟରେ ପ୍ରତ୍ୟେକ ଦିନ ଅନୁସାରେ ପ୍ରସାଦ ଅର୍ପଣ କରାଯାଏ। ଏହାଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଥାଏ। ଜାଣନ୍ତୁ ….
ନବରାତ୍ରର ପ୍ରଥମ ଦିନ ଅର୍ଥାତ ମା’ଶୈଳପୁତ୍ରୀଙ୍କ ଦିନ। ଏହିଦିନ ଦେବୀ ମା’ଙ୍କ ଚରଣରେ ଗାଈର ଶୁଦ୍ଧ ଘିଅ ଅର୍ପଣ କରନ୍ତୁ। ଏହା ଦ୍ୱାରା ଆରୋଗ୍ୟର ଆଶୀର୍ବାଦ ମିଳିଥାଏ। ବିଭିନ୍ନ ସମସ୍ୟା ଦୂର ହୋଇ ଶରୀର ନିରୋଗ ରହିଥାଏ।
ନବରାତ୍ରର ୨ୟ ଦିନରେ ମା’ବ୍ରହ୍ମଚାରିଣୀଙ୍କର। ଏହିଦିନ ଦେବୀମା’ଙ୍କୁ ଚିନି ଭୋଗ ଅର୍ପଣ କରନ୍ତୁ। ଏହାପରେ ଏହି ଭୋଗକୁ ପରିବାର ଲୋକଙ୍କୁ ବାଣ୍ଟି ଦିଅନ୍ତୁ। ଏହାଦ୍ୱାରା ପରିବାର ଲୋକଙ୍କ ଆୟୁ ବୃଦ୍ଧି ହୋଇଥାଏ।
ମା’ଙ୍କ ଆଉ ଏକ ରୂପ ଚନ୍ଦ୍ରଘଣ୍ଟା। ଏହି ରୂପର ପୂଜାର୍ଚ୍ଚନା ଦ୍ୱାରା ଖିର କିମ୍ବା ଖିରରେ ପ୍ରସ୍ତୁତ ମିଠା ଭୋଗ ଅର୍ପଣ କରାଯାଏ। ଏହାଦ୍ୱାରା ବିଭିନ୍ନ ଦୁଃଖରୁ ମୁକ୍ତି ମିଳିଥାଏ।
ଚତୁର୍ଥ ଦିନରେ ମା’ଙ୍କ ନିକଟରେ ମାଲପୁଆ ଭୋଗ ଅର୍ପଣ କରାଯାଏ। ଏହି ଭୋଗକୁ ମନ୍ଦିରର ବ୍ରାହ୍ମଣକୁ ଦାନ ଦେବା ଦ୍ୱାରା ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ।
ନବରାତ୍ରର ପଞ୍ଚମ ଦିନରେ ମା’ସ୍କନ୍ଦମାତାଙ୍କର। ଏହିଦିନ ମା’ଙ୍କୁ କଦଳୀର ନୈବେଦ୍ୟ ଅର୍ପଣ କରାଯାଏ। ଏହାଦ୍ୱାରା ଶରୀର ନିରୋଗ ରହିଥାଏ।
ନବରାତ୍ରର ଷଷ୍ଠ ଦିନରେ ଦେବୀ ମା’ଙ୍କୁ ମହୁ ଭୋଗ ଅର୍ପଣ କରନ୍ତୁ। ଏହାଦ୍ୱାରା ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ।
ନବରାତ୍ରର ସପ୍ତମ ଦିନରେ ମା’ଙ୍କୁ ଗୁଡ଼ ଭୋଗ ଲଗାନ୍ତୁ। ଏହାପରେ ବ୍ରାହ୍ମଣକୁ ଦାନ କରନ୍ତୁ। ଏହାଦୂର ବହୁ ସଙ୍କଟରୁ ରକ୍ଷା ମିଳେ।
ନବରାତ୍ରର ଅଷ୍ଟମ ଦିନରେ ମା’ଙ୍କ ନିକଟରେ ନଡ଼ିଆ ଭୋଗ ଅର୍ପଣ କରନ୍ତୁ। ଏହାକୁ ଦାନ ମଧ୍ୟ କରନ୍ତୁ। ଏହା ଦ୍ୱାରା ସନ୍ତାନ ଜନିତ ସୁଖପ୍ରାପ୍ତି ହୋଇଥାଏ।
ନବରାତ୍ରର ଅନ୍ତିମ ଦିନରେ ରାଶି ଲଡ଼ୁ ଭୋଗ ଲଗାନ୍ତୁ। ଏହାପରେ ବ୍ରାହ୍ମଣକୁ ଦାନ କରନ୍ତୁ।

Comments are closed.