ଘରର ଏହିସବୁ ସାମଗ୍ରୀ ଡାକିଆଣେ ଦୁର୍ଭାଗ୍ୟ

0

ବେଳେବେଳେ ଦେଖିବାକୁ ମିଳେ, ବାରମ୍ବାର ଚେଷ୍ଟା ସତ୍ତ୍ବେ କିଛି ଲୋକ କାର୍ୟ୍ୟରେ ବିଫଳ ହୋଇଥାଆନ୍ତି। ଏଥିସହିତ ବ୍ୟକ୍ତି ସର୍ବଦା ମାନସିକ ଚାପରେ ରହିଥାଆନ୍ତି, ଘରେ ଅଶାନ୍ତି ଲାଗି ରହେ, ଅର୍ଥାଭାବ ଦେଖାଦିଏ ଓ ଏହିପରି ଅନେକ ସମସ୍ୟା ଉପୁଜିଥାଏ। ବାସ୍ତୁ ଶାସ୍ତ୍ରରେ କୁହାଯାଇଛି, ଯଦି କେହି ବାରମ୍ବାର ଚେଷ୍ଟା କଲେ ମଧ୍ୟ ତାଙ୍କୁ କାମରେ ସଫଳତା ମିଳୁନାହିଁ ବା ସର୍ବଦା ବହୁ ସମସ୍ୟା ଲାଗି ରହୁଛି, ତେବେ ଏହାର କାରଣ ସେହି ବ୍ୟକ୍ତିଙ୍କ ଘରର ବାସ୍ତୁ ଦୋଷ ହୋଇଥାଇପାରେ। କୁହାଯାଏ, ଏପରି କିଛି ବସ୍ତୁ ବା ସାମଗ୍ରୀ ଅଛି ଯାହା ଘରେ ରହିଲେ ପରିବାର ସଦସ୍ୟଙ୍କ ସଫଳତାରେ ବାଧା ଉପୁଜେ। ଦୁର୍ଭାଗ୍ୟ ତାଙ୍କ ପଛ ଛାଡ଼େ ନାହିଁ। ତେବେ ଆସନ୍ତୁ ଜାଣିବା, ବାସ୍ତୁ ଶାସ୍ତ୍ର ଅନୁସାରେ ସଫଳତାରେ ପ୍ରତିବନ୍ଧକ ସାଜୁଥିବା ସେହି ବସ୍ତୁ ଗୁଡ଼ିକ ବିଷୟରେ –

୧. ଘରର ଉତ୍ତର-ପୂର୍ବ ଦିଗରେ କେବେ ହେଲେ ବଡ଼ ଓ ଭାରୀ ସାମଗ୍ରୀ ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ସୃଷ୍ଟି ହେବା ସହ ଘରେ ଅଶାନ୍ତି ଦେଖା ଦେଇଥାଏ।
୨. ଖଟ ତଳେ ଭୁଲରେ ମଧ୍ୟ ଜୋତା କିମ୍ବା ଚପଲ ରଖନ୍ତୁ ନାହିଁ। ଏହା ରୋଗ ଓ ମାନସିକ ଅଶାନ୍ତିର କାରଣ ସାଜିଥାଏ।
୩. ଦାନ ଓ ପୂଜା ପାଇଁ ଆସିଥିବା ସାମଗ୍ରୀକୁ ଅଧିକ ଦିନ ଯାଏ ଘରେ ରଖନ୍ତୁ ନାହିଁ। ଏହା ଅଶୁଭ ଫଳ ଦେଇଥାଏ।
୪. କଦାପି କୌଣସି ଦେବୀ ଓ ଦେବତାଙ୍କ ଖଣ୍ଡିତ ମୂର୍ତ୍ତି ଘରେ ରଖନ୍ତୁ ନାହିଁ । ଏହା ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରିଥାଏ।
୫. ଘରେ ଅଚଳ କିମ୍ବା ଭଙ୍ଗା ଘଣ୍ଟା ରଖିଲେ, ଖରାପ ସମୟ ଲାଗି ରୁହେ ଏବଂ ଭଲ ସମୟ ଆସିପାରି ନଥାଏ।
୬. ଘରର ଉତ୍ତର-ପଶ୍ଚିମ ଦିଗକୁ କେବେହେଲେ ଅନ୍ଧାର ରଖନ୍ତୁ ନାହିଁ। କାରଣ ଏହି ଦିଗର ସମ୍ପର୍କ ସିଧାସଳଖ ଧନ ବା ଟଙ୍କା ସହିତ ରହିଥାଏ।

Leave A Reply