ନକଲି ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚାଳନା : ଦୁଇ ଗିରଫ 

ବଲାଣି : କେନ୍ଦୁଝର ଜିଲା ବଡ଼ବିଲ ପୁଲିସ ନକଲି ଲାଇସେନ୍ସରେ ଗାଡି ଚଳାଉଥିବା ଦୁଇ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଡ୍ରାଇଭର ଦ୍ବୟ ହେଲେ ସୁନ୍ଦରଗଡ ଜିଲ୍ଲା କୋଇଡା ଅଞ୍ଚଳର ଜଗନ୍ନାଥ ଲୋହାର ଓ ବଣ୍ଡମୁଣ୍ଡା ଅଞ୍ଚଳର ରାଜେନ୍ଦ୍ର ସୁରିନ୍ । ଉଭୟ ଡ୍ରାଇଭର ନକଲି ଲାଇସେନ୍ସରେ ଭାରିଯାନ ଚଳାଉଥିବା ବେଳେ ବଡ଼ବିଲ ପୁଲିସ ଗିରଫ କରିଛି । ଉଭୟ ଡ୍ରାଇଭର ୧୫୦୦ ଟଙ୍କାରେ ପାଟଣା ଥାନା ଅନ୍ତର୍ଗତ ମଲିପୋଷି ଗ୍ରାମର ଏକ କମ୍ପ୍ୟୁଟର ଦୋକାନରୁ ଏହି ନକଲି ଡ୍ରାଇଭିଂ ଲାଇସେନ୍ସ ତିଆରି କରାଇଥିଲେ ବୋଲି ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।

ତେବେ କିଛି ଦିନ ପୂର୍ବରୁ ବଡ଼ବିଲ ପୁଲିସ ଏହି ନକଲି ଲାଇସେନ୍ସ ତିଆରି କରୁଥିବା ରାକେଟର ପର୍ଦାଫାସ କରିବା ସହିତ ଏହି କମ୍ପ୍ୟୁଟର ଦୋକାନର ମାଲିକ ଲୁଲୁ କମ୍ପ୍ୟୁଟର ଦୋକାନର ମାଲିକ ସୁଶାନ୍ତ କୁମାର ବେଜକୁ ଗିରଫ କରିଥିଲା। ଏହା ସହିତ ସେଠାରୁ ନକଲି ଡିଏଲ ବନାଇବା ମେସିନ, କମ୍ପ୍ୟୁଟର ଓ ବହୁ ନକଲି ଡିଏଲ ଓ ଏକ ମୋବାଇଲ ଫୋନ ଜବତ କରିଥିଲା ବଡ଼ବିଲ ପୁଲିସ। ଗିରଫ ଯୁବକ ଜଣକ ପ୍ରାୟ ୭୦୦ ରୁ ଉର୍ଦ୍ଧ୍ବ ନକଲି ଡିଏଲ ଲୋକଙ୍କୁ ଗୋଟିକ ୧୫ଶହ ଟଙ୍କା ରେ ବିକ୍ରି କରିଥିବା ସ୍ୱୀକାର କରିଥିଲା।

Comments are closed.