ନକଲି ହ୍ୟାଣ୍ଡୱାସ୍ କାରଖାନା ଠାବ

ଭୁବନେଶ୍ବର : ରାଜଧାନୀର ଝାରପଡ଼ା ଅଞ୍ଚଳରେ ସୋମବାର ଭୁବନେଶ୍ବର ଡ୍ରଗ୍ସ ଇନିସପେକ୍ଟରଙ୍କ ନେତୃତ୍ବରେ ଚଢାଉ କରାଯାଇ ଏକ ନକଲି ହ୍ୟାଣ୍ଡୱାସ୍ କାରଖାନା ଠାବ କରାଯାଇଛି। ଏହି ନକଲି କାରଖାନାରୁ ବିପୁଳ ପରିମାଣର ପ୍ରସ୍ତୁତକାରୀ ସାମଗ୍ରୀ ଜବତ କରାଯାଇଛି। ଲାଇସେନ୍ସ ନଥାଇ କାରଖାନା ପ୍ରତିଷ୍ଠା କରିବା ଅଭିଯୋଗରେ ମାଲିକଙ୍କ ନାମରେ ଥାନାରେ ଏତଲା ହୋଇଥିବା ସୂଚନା ମିଳିଛି।

Comments are closed.