ଭଦ୍ରକ: ୧୦ ଲକ୍ଷ ଟଙ୍କାର ନକଲି ଜର୍ଦା ଜବତ

ଭଦ୍ରକ: ଭଦ୍ରକ ଅଞ୍ଚଳରେ ପୁଲିସ ଏକ ଭଡ଼ା ଘରେ ଚଢଉ କରି ବିପୁଳ ପରିମାଣର ନକଲି ଜର୍ଦା ଜବତ କରିଛି । ଜବତ ଜର୍ଦାର ମୂଲ୍ୟ ଅନ୍ୟୂନ ୧୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି ।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଟାଉନଥାନା ଅଞ୍ଚଳର ଏକ ଘରେ ନକଲି ଜର୍ଦା ପ୍ରସ୍ତୁତ ହେଉଥିବା ନେଇ ପୁଲିସ ନିକଟରେ ସୂଚନା ପହଞ୍ଚିଥିଲା । ସୂଚନାଦାତାଙ୍କ ତଥ୍ୟ ଆଧାରରେ ପୁଲିସ ଅତର୍କିତ ଭାବରେ  କଣ୍ଟାବଣିଆର ବାଢ଼ରାବାଡ଼ି ଅଞ୍ଚଳରେ ଥିବା ଉକ୍ତ  ଘରେ ଚଢ଼ଉ କରିଥିଲା । ଏହି ଘରୁ ବିପୁଳ ପରିମାଣର ନକଲି ଜର୍ଦା, ପ୍ୟାକିଂ ପାଇଁ ଥିବା ଖୋଳ, ଡ଼ବା, ସିଲ୍ ନିମନ୍ତେ ବ୍ୟବହୃତ ମେସିନ, ଜର୍ଦା ସୁଗନ୍ଧ ଓ ଅନ୍ୟାନ୍ୟ ରାସାୟନିକ ସାମଗ୍ରୀ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖାଯାଇଛି ବୋଲି ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Comments are closed.