ନକଲି ଜର୍ଦ୍ଦା କାରଖାନା ଠାବ, ବିପୁଳ ପରିମାଣର ନକଲି ଜର୍ଦ୍ଦା ଓ ବିଭିନ୍ନ ସରଞ୍ଜାମ ଜବତ

ଯାଜପୁର : ରାଜ୍ୟରେ ଦିନକୁ ଦିନ ନକଲି ସାମଗ୍ରୀର ଉତ୍ପାନ ଓ ବିକ୍ରିବଟା ବୃଦ୍ଧି ପାଇଛି। ତେବେ ପୁଲିସର କ୍ରମାଗତ ଚଢ଼ାଉ ପରେ ମଧ୍ୟ ଏଥିରେ ରୋକ୍ ଲାଗୁ ନ ଥିବା ଜଣା ପଡୁଛି।

ସୋମବାର ଯାଜପୁର ପୁଲିସ ଜିଲ୍ଲାର ଜେନାପୁର ଥାନା ମାଳହାଟରେ ନକଲି ଜର୍ଦ୍ଦା କାରଖାନା ଉପରେ ଚଢ଼ାଉ କରି  ବିପୁଳ ପରିମାଣର ନକଲି ଜର୍ଦ୍ଦା ଓ ବିଭିନ୍ନ ସରଞ୍ଜାମ ଜବତ କରିଛି । ସୋମବାର  ପୁଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ମୂଲ୍ୟର ନକଲି ଜର୍ଦ୍ଦା ଓ ଯନ୍ତ୍ରାଂଶ ଜବତ କରିବା ସହ ଏହି ବେଆଇନ କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

ମାଳହାଟ ଗ୍ରାମରେ ନକଲି ଜର୍ଦ୍ଦା ପ୍ରସ୍ତୁତ ହେଉଥିବା ଖବର ପାଇ ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ ଆଜି ସକାଳୁ ଏହି ଚଢାଉ କରିଥିଲେ। ନାମୀଦାମୀ କମ୍ପାନୀର ଲୋଗୋ ବ୍ୟବହାର କରି ନକଲି ଜର୍ଦ୍ଦା ପ୍ରସ୍ତୁତ ସହ ବ୍ୟବସାୟୀମାନେ ବଜାରରେ ବିକ୍ରି କରି ବେଶ ଲାଭ କମାଉଥିଲେ।

ପୂର୍ବରୁ  କିଛି ଦିନ ତଳେ ଜିଲ୍ଲାର ଛତିଆ ବିଦ୍ୟାଧରପୁର ଅଞ୍ଚଳରୁ ଏସଟିଏଫ ଚଢ଼ାଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା ଓ ଯନ୍ତ୍ରାଂଶ ଜବତ କରିଥିଲା।

Comments are closed.