ନକଲି ମଦ କାରଖାନା ଠାବ; ଜଣେ ଗିରଫ  

ତିହିଡ଼ି: ଭଦ୍ରକ ଜିଲା ତିହିଡି ଥାନା ଅନ୍ତର୍ଗତ ସିନ୍ଦଳ ଗ୍ରାମ ଅଞ୍ଚଳରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ନକଲି ମଦ କାରଖାନା ଠାବ କରାଯାଇଛି।  ଏହି ଚଢାଉ ସମୟରେ ଅବକାରୀ ବିଭାଗ ଲକ୍ଷାଧିକ ଟଙ୍କାର ନକଲି ମଦ ସହ, ବିଭିନ୍ନ ନାମିଦାମୀ କମ୍ପାନୀର ଲୋଗୋ ଓ ମଦ ତିଆରି ସରଞ୍ଜାମ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଘଟଣାସ୍ଥଳରୁ ଜଣେ ଗିରଫ କରିଥିବାବେଳେ  ଅନ୍ୟ ଜଣେ ଫେରାର ହୋଇଯାଇଥିଲା । ଗିରଫ ହୋଇଥିବା ମହିଳା ଜଣକ ହେଲେ ଗୀତାଞ୍ଜଳି ଦାସ, ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣଙ୍କ ଲକ୍ଷ୍ମୀଧର ବେହେରା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପ୍ରାୟ କିଛି ମାସ ହେଲା ଏଠାରେ ନକଲି ମଦ କାରଖାନା ଚାଲୁଥିଲା।  ବିଶେଷ ସୂତ୍ରରୁ ଅବକାରୀ ବିଭାଗ ଖବର ପାଇ ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼, ଅବକାରୀ ଉପ ନିରୀକ୍ଷକ ସଂଜୟ କୁମାର ପଣ୍ଡା, ସ୍ପନ୍ଦନ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଚଢ଼ାଉ କରିଥିଲେ।

Comments are closed.