କଟକରେ ପୁଣି ନକଲି ଜର୍ଦ୍ଦା ଓ ପାନ ମସଲା କାରଖାନା ଠାବ

କଟକ : ନକଲି ଖାଦ୍ୟ ସାମଗ୍ରୀ ତଥା ଅନ୍ୟାନ୍ୟ ଜିନିଷର ପ୍ରସ୍ତୁତିର ଆଡ୍ଡା ପାଲଟିଛି ରୂପେଲୀ ସହର କଟକ। ଗତ କିଛି ଦିନ ମଧ୍ୟରେ ନକଲି ତେଲ, ଘିଅ, ପନିର, ହଳଦୀ, ଲଙ୍କା ଗୁଣ୍ଡ , ପାନ ମସଲା ଜର୍ଦ୍ଦା ଆଦି ଜବତ କରାଯାଇଛି। ଶୁକ୍ରବାର କଟକରେ ପୁଣି ଏକ ନକଲି ଜର୍ଦ୍ଦା ଓ ପାନ ମସଲା କାରଖାନା ଠାବ ହୋଇଛି। ସଦର ଥାନା ସାସୋଳ ଗାଁରେ ଚଢାଉ କରି ପୁଲିସ ଠାବ କରିଛି। କାରଖାନାରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା, କେମିକାଲ ଜବତ ହୋଇଛି। ଏହାସହ ବହୁ ନାମୀଦାମି କମ୍ପାନୀର ପ୍ୟାକିଂ ଓ ଲୋଗୋ ଜବତ କରାଯାଇଛି। ଚଢାଉ ଜାରି ରହିବା ସହ ତଦନ୍ତ ଜାରି ରହିଛି।

 

Comments are closed.