ନକଲି ଖାଦ୍ୟ ସାମଗ୍ରୀର ହବ୍‌ କଟକ : ତେଲ,ଘିଅ, ମସଲା ପରେ ଏବେ ସୋୟା ବଡ଼ି ବି ଭେଜାଲ

କଟକ ଜଗତପୁର ଶିଳ୍ପାଞ୍ଚଳରେ ରେଡ୍, ୨ ଅଟକ

କଟକ : ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିର ହବ୍‌ ପାଲଟିଛି କଟକ । କଟକ ସହର ସମେତ ଏହାର ସନ୍ନିକଟ ଅଞ୍ଚଳ ଭେଜାଲ ସାମଗ୍ରୀ ପ୍ରସ୍ତୁତିର ପେଣ୍ଠସ୍ଥଳ ପାଲଟିଛି । ଗତ କିଛି ଦିନରେ ମଧ୍ୟରେ ନକଲି ତେଲ, ଘିଅ, ହଳଦି ଗୁଣ୍ଡ, ଟମାଟୋ ସସ୍ ଆଦି ନକଲି ଖାଦ୍ୟ ସାମଗ୍ରୀ ବିପୁଳ ପରିମାଣରେ ଜବତ ହୋଇଥିବା ବେଳେ ଆଜି ଭେଜାଲ ସୋୟା ବଡି ଜବତ କରାଯାଇଛି ।ଜଗତପୁର ଶିଳ୍ପାଞ୍ଚଳରେ ନକଲି ସୋୟା ବଡି ଫ୍ୟାକ୍ଟ୍ରିରେ ରେଡ୍ କରାଯାଇଛି । ଜଗତପୁର ଥାନା ଓ ମାଲଗୋଦାମ ଥାନା ପକ୍ଷରୁ ମିଳିତ ଭାବେ ରେଡ୍ କରାଯାଇଛି । ଜଗତପୁରରେ ମେହେକ ନାମକ କମ୍ପାନୀ ଦୀର୍ଘ ଦିନ ଧରି ନକଲି ସୋୟାବିନ୍ ତିଆରି କରୁଥିବା ପୋଲିସ ଖବର ପାଇଥିଲା । ଏହା ପରେ ଫ୍ୟାକ୍ଟ୍ରିରେ ଚଢାଉ କରାଯାଇଥିଲା  ପୁଲିସ ।

ଜଗତପୁର ଥାନା ଓ ମାଲଗୋଦାମ ଥାନା ପକ୍ଷରୁ ଚଢାଉ ବେଳେ ନକଲି କାରଖାନାରୁ ବିପୁଳ ପରିମାଣର ସୋୟା ବଡ଼ି ଜବତ କରିବା ସହ ଫ୍ୟାକ୍ଟ୍ରିରୁ ପୋକରା ଚାଉଳ ଗୁଣ୍ଡ ଓ ରାସାୟନିକ ସାର ଜବତ କରାଯାଇଛି । ଚାଉଳ ଓ ରାସାୟନିକ ସାମଗ୍ରୀ ବ୍ୟବହାର କରି ସୋୟା ବଡ଼ି ତିଆରି ପୁଲିସ କହିଛି । ନକଲି ସୋୟା ବଡ଼ି କାରାଖାନାରୁ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Comments are closed.