ରାଜଧାନୀରେ ଅପମିଶ୍ରିତ ସସ ଓ ଆଚାର କାରଖାନା ଉପରେ ଚଢାଉ

ଭୁବନେଶ୍ୱର : କଟକ ପରେ ରାଜଧାନୀ ଭୁବନେଶ୍ୱରରେ ନକଲି ଖାଦ୍ୟ ଜିନିଷ ବୁଧବାର ଠାବ କରାଯାଇଛି। ଭୁବନେଶ୍ୱରର ଉପକଣ୍ଠ ପାହାଳ ଫାଣ୍ଡି ନିକଟ ଏକ କାରଖାନାରେ ଅପମିଶ୍ରିତ ସସ ଓ ଆଚାର କାରଖାନା ଉପରେ ଚଢାଉ କରାଯିବା ସହ ବିପୁଳ ସସ ଓ ଆଚାର ଜବତ କରାଯାଇଛି। ସ୍ପେଶାଲ ସ୍କ୍ୱାର୍ଡ ପୁଲିସ ଓ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ମିଳିତ ଚଢାଉ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ନେଇ ସୂଚନା ମିଳିଛି।

Comments are closed.