ଦୁଇ ନକଲି ସାମ୍ଵାଦିକ ଗିରଫ

ବୁର୍ଲା : ପ୍ରଥମେ ଭୁବନେଶ୍ୱର, ପରେ ବଲାଙ୍ଗୀର ଓ ଝାରସୁଗୁଡାରୁ ଗିରଫ ହୋଇଥିଲେ ମାଳ ମାଳ ନକଲି ସାମ୍ବାଦିକ ।ଆଉ ଏବେ ସମ୍ବଲପୁର ଜିଲ୍ଲା ଵୁର୍ଲା ସହରରୁ ଗିରଫ୍ ହୋଇଛନ୍ତି ଦୁଇ ନକଲି ସାମ୍ବାଦିକ । ଦୁଇ ଜଣ ନକଲି ସାମ୍ଵାଦିକ ଜଣେ ବ୍ୟକ୍ତିଙ୍କୁ ନକଲି ଆଇ କାର୍ଡ ଦେଖାଇ ୫୦ହଜାର ଟଙ୍କା ଦାବି କରୁଥିବାବେଳେ ପୁଲିସ ହାତରେ ଧରା ପଡିଛନ୍ତି । ଏହି ନକଲି ସାମ୍ବାଦିକ ଟୁଡେ ଫାଷ୍ଟ ନ୍ୟୁଜ୍, ଓଡ଼ିଶା ଓ ଯୁବ ଶକ୍ତିର ପରିଚୟ ପତ୍ର ଦେଖାଇ ଏହି ଦୁଇ ନକଲି ସାମ୍ବାଦିକ ବିଭିନ୍ନ ସ୍ଥାନରୁ ମୋଟା ଅଙ୍କର ବଟି ଅସୁଲ କରୁଥିଲେ ।ଗିରଫ ଦୁଇ ନକଲି ସାମ୍ବାଦିକ ହେଲେ ବୁର୍ଲାର ଆନନ୍ଦ ଷଣ୍ଢ ଓ ହୀରାକୁଦର ପୂର୍ବ ଶ୍ରମିକ ନେତା ଫିଲ୍ଲୀପ କୁମାର । ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଵୁର୍ଲା ଏସଡିପିଓ ଶିଶୁ ରଞ୍ଜନ ମହାପାତ୍ର ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି।

Comments are closed.