ନକଲି ବିଦେଶୀ ମଦ ଜବତ, ୩ ଗିରଫ

ରାଉରକେଲା: ସୁନ୍ଦରଗଡ଼ ଜିଲା ଜୋଡ଼ାକୁଦରରୁ ଶୁକ୍ରବାର ବିପୁଳ ମାତ୍ରାରେ ନକଲି ବିଦେଶୀ ମଦ ଜବତ ହୋଇଛି। ଏକ କାରରେ ନକଲି ବିଦେଶୀ ମଦ ଚାଲାଣ ହେଉଥିବା ବେଳେ ରାଉରକେଲା ଅବକାରୀ ବିଭାଗ ଦ୍ବାରା ଚଢାଉ କରି ମଦକୁ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଏହାସହ କାରକୁ ମଧ୍ୟ ଜବତ କରିଛି। ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଗିରଫ ୩ ଜଣ ହେଉଛନ୍ତି ଜଳଦା ଅଞ୍ଚଳର ଅନୀଲ କୁମାର ସାହୁ, ପ୍ରମୋଦ କୁମାର ସଁୟାଲ ଏବଂ ଜୋଡ଼ାକୁଦର ଅଞ୍ଚଳର ରାଇନା ହାରୋ। ପୂର୍ବରୁ ମଧ୍ୟ ଏମାନଙ୍କ ନାଁରେ ମଦ ଚୋରା ଚାଲାଣ ନେଇ ଅନେକ ମାମଲା ରହିଛି।

Comments are closed.