ବରଗଡ଼ରୁ ନକଲି କରୋନା ଔଷଧ ଜବତ

ବରଗଡ଼: ମାତିଲେଣି କରୋନା ନକଲି ଔଷଧ ବ୍ୟବସାୟୀ। କରୋନା ପାଇଁ ଟୀକା ବାହାରି ନ ଥିବା ବେଳେ କିିଛି ଅସାଧୁ ଔଷଧ ବ୍ୟବସାୟୀ ଏହାର ଫାଇଦା ଉଠାଇ ଲୋକଙ୍କୁ ଠକିବା ଆରମ୍ଭ କଲେଣି । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭେଡେନ ଥାନା ରୁଷୁଡ଼ା ଗାଁରେ। ଉକ୍ତ ଗ୍ରାମରେ ଜଣେ ବ୍ୟକ୍ତି ନକଲି କରୋନା ଔଷଧ ପ୍ରସ୍ତୁତ କରାଯାଉଥିବା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଆଜି ସମ୍ବଲପୁର ଡ୍ରଗ୍ସ ଇନ୍ସପେକ୍ଟର ଓ ପୁଲିସ ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣର ଔଷଧ, ଖୋଳ, ପାଉଡର, ରାସାୟନିକ ପଦାର୍ଥ ଜବତ କରିଛନ୍ତି। ଏନେଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରଯାଇ ତଦନ୍ତ ଆରମ୍ଭ ହୋଇଛି।

 

Comments are closed.