କଳା ପଥର ଚାଲାଣ ବେଳେ ତିନୋଟି ଡମ୍ପର ଜବତ

0

ଖୁଣ୍ଟା : ବେଆଇନ ଭାବେ କଳା ପଥର ଚାଲାଣ କରୁଥିବା ତିନୋଟି ଡମ୍ପରକୁ ବନ ବିଭାଗ ଜବତ କରିଛି। ଶିମିଳିପାଳରୁ ବେଆଇନ ଭାବେ କଳାପଥର ଚାଲାଣ କରାଯାଉଥିଲା। ଉଦଳା ବନ ବିଭାଗ ତିନୋଟି ଡମ୍ପରକୁ ଜବତ କରିଛି। ଖୁଣ୍ଟା ନିକଟସ୍ଥ ଟିଟିଆ ଛକ ଦେଇ ବାଲେଶ୍ବର ମିତ୍ରପୁରକୁ ପଥର ଚାଲାଣ କରାଯାଉଥିବାର ଜଣାପଡିଛି। ଦାମାସାହି ଛକରେ ଡମ୍ପରଗୁଡିକୁ ଜବତ କରାଯାଇ ଉଦଳା ରେଞ୍ଜ କାର୍ଯ୍ୟାଳୟରେ ରଖାଯାଇଥିବା ରେଞ୍ଜର ଅଜୟ ଦାସ ସୂଚନା ଦେଇଛନ୍ତି।

Leave A Reply