ସିକକି ହାତୀ ମୃତ୍ୟୁ ଘଟଣା ; ତଦନ୍ତ କଲେ ଡିଏଫଓ

0

ତୁମୁଡିବନ୍ଧ : କନ୍ଧମାଳ ଜିଲ୍ଲା ବେଲଘର ବନାଞ୍ଚଳ ଅଧିନସ୍ଥ ବେଲଘର-ଝିରିପାଣି ରାସ୍ତାର ସିକକି ନିକଟସ୍ଥ ଜଙ୍ଗଲରେ ଗୁରୁବାର ହାତୀ ମୃତ୍ୟୁ ଘଟିଥିବା ନେଇ ବାଲିଗୁଡା ବନଖଣ୍ଡ ଅଧିକାରୀ ବିଶ୍ୱନାଥ ନିଳାମ୍ବର ତଦନ୍ତ କରିଛନ୍ତି । ପ୍ରଥମେ ବାଲିଗୁଡା ବନଖଣ୍ଡ ଅଧିକାରୀ ତୁମୁଡିବନ୍ଧ ସ୍ଥିତ ବନାଞ୍ଚଳ ଅଧିକାରୀଙ୍କ କାର୍ୟ୍ୟାଳୟରେ ପହଞ୍ଚିଥିଲେ। ତୁମୁଡିବନ୍ଧ ରେଞ୍ଜର ଘନଶ୍ୟାମ ଦୋରାଙ୍କୁ ନେଇ ବେଲଘର ବନାଞ୍ଚଳ କାର୍ୟ୍ୟାଳୟ ରେ ପହଞ୍ଚିଥିଲେ। ବେଲଘର ବନାଞ୍ଚଳ ଅଧିକାରୀ ମଣିଚନ୍ଦ୍ର ପାତ୍ରଙ୍କ ଠାରୁ ହାତୀମୃତ୍ୟୁ ସମ୍ପର୍କରେ ଜେରା କରିଥିଲେ। ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ପାଇ ବନଖଣ୍ଡ ଅଧିକାରୀ ଶ୍ରୀ ନିଳାମ୍ବର ସିକକି ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। 

ଉକ୍ତ ଜଙ୍ଗଲରେ ବ୍ୟବଚ୍ଛେଦ ପରେ ପୋତାଯାଇଥିବା ହାତୀର ପାଦ ଚିହ୍ନ କୁ ଦେଖିବା, ଏବଂ ଉପସ୍ଥିତ ଥିବା ଗ୍ରାମବାସୀଙ୍କ ସହ ହାତୀ ମୃତ୍ୟୁ ଘଟଣା ସମ୍ପର୍କରେ ଆଲୋଚନା କରିବା ପରେ ହାତୀଟି କେଉଁ ଆଡୁ ଆସିଥିଲା ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ପୋତା ଯାଇଥିବା ହାତୀର ବ୍ୟବଚ୍ଛେଦ ସମ୍ପର୍କରେ ସମସ୍ତ ନଥିପତ୍ର ଦେଖିବା ପରେ ହାତୀକୁ ହତ୍ୟା ଅଭିଯୋଗକୁ ଖଣ୍ଡନ କରିବା ସହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁ ର କାରଣ ଜଣାପଡିବ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି। ପରେ ବେଲଘର ସ୍ଥିତ କାଠ ବଙ୍ଗଳାକୁ ଯାଇ ବଙ୍ଗଳାର ସୁରକ୍ଷା ବ୍ୟବସ୍ଥା କିଭଳି ଅଛି ସେ ସମ୍ପର୍କରେ ଦାୟିତ୍ୱରେ ଥିବା ଗାର୍ଡକୁ ପଚାରିବା ସହ ଅତିଥି ମାନଙ୍କ ରହିବା ଉଦେଶ୍ୟରେ କରାଯାଇଥିବା ଗୃହର ଯାଞ୍ଚ କରିଥିଲେ।

Leave A Reply