ଆମେରିକାରେ 5G ଇଣ୍ଟରନେଟ୍‌ ବିପଦ- ଏୟାର ଇଣ୍ଡିଆକୁ ରଦ୍ଦ କରିବାକୁ ପଡିଲା ୧୪ଟି ଉଡାଣ

ନୂଆଦିଲ୍ଲୀ – ଆମେରିକାରେ 5G ଇଣ୍ଟରନେଟ୍‌ ଯୋଗୁଁ ଅସୁବିଧା ସୃଷ୍ଟି ହୋଇଥିବା ବିଭିନ୍ନ ଜାତୀୟ ଗଣ ମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଏଥିଯୋଗୁଁ ଏୟାର ଇଣ୍ଡିଆର ୧୪ଟି ଉଡାଣକୁ ବାତିଲ କରିବାପାଇଁ ପଡିଥିଲା। ଆମେରିକାର 5G ଇଣ୍ଟରନେଟ୍‌ ଆରମ୍ଭ ହୋଇଛି । ଏଥିପାଇଁ ବିମାନର ପରିଚାଳନା ଏବଂ ଉଡାଣ ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ବୈଷୟିକ ପ୍ରଣାଳୀ ପ୍ରଭାବିତ ହୋଇଥିଲା ।

ଡିଜିସିଏ ବା ବିମାନ ଚଳାଚଳ ମହାନିର୍ଦେଶାଳୟର ମୁଖ୍ୟ ଅରୁଣ କୁମାର ଏ ବିଷୟରେ ସୂଚନା ଦେଇଥିଲେ । ଏହା ସହ ଏୟାର ଇଣ୍ଡିଆର ଅଫିସିଆଲ୍‌ ଟ୍ୱିଟର ଆକାଉଣ୍ଟରେ ଏ ବିଷୟରେ ସୂଚନା ଦିଆଯାଇଛି । ବିମାନର ରେଡିଓ ପ୍ରଣାଳୀ ପ୍ରଭାବିତ ହେଉଥିବାରୁ ଏହା ବିମାନର ବ୍ରେକିଂ ଏବଂ ଇଂଜିନର ପ୍ରଣାଳୀ ଉପରେ ପ୍ରଭାବ ପକାଉଛି । ଏଥିଯୋଗୁଁ ରନ୍‌ଓ୍ୱେରେ ବିମାନ ରୋକିବାରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । 5G ଇଣ୍ଟରନେଟ୍‌ ଆରମ୍ଭ ହେବାରୁ ଆମେରିକାନ୍‌ ଏୟାରଲାଇନ୍ସ, ଡେଲ୍ଟା ଏୟାରଲାଇନ୍ସ .ଏୟାର ଇଣ୍ଡିଆ ସହ ଅନ୍ୟ କେତକ ବିମାନ ସେବା ଯୋଗାଣକାରୀ କମ୍ପାନୀ ପ୍ରଭାବିତ ହୋଇଛନ୍ତି ।

ନ୍ୟୁୟର୍କ ଏବଂ ସିକାଗୋକୁ ଚଳାଚଳ କରୁଥିବା ବିମାନ ଏଥିଯୋଗୁଁ ପ୍ରଭାବିତ ହୋଇଛନ୍ତି ।

Comments are closed.