ଜମି ବିବାଦକୁ ନେଇ ଡବଲ ମର୍ଡର ଅଭିଯୋଗ

ଦ୍ୱାରଶୁଣି: ମୟୁରଭଞ୍ଜ ଜିଲା ସାରସକଣା ବ୍ଲକ ଅନ୍ତର୍ଗତ ଫୁଲଝରଣ ଗ୍ରାମରେ ଜମି ବିବାଦକୁ ନେଇ ସୋମବାର ଡ଼ବଲ ମର୍ଡର ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ସୁରାଇ ଟୁଡୁ(୫୫) ଓ ତାର ସ୍ତ୍ରୀ ଲେଗାଇ ଟୁଡୁ(୫୦) ସନ୍ଧ୍ୟାରେ ଗ୍ରାମ ନିକଟରେ ଥିବା ସାପ୍ତାହିକ ହାଟରୁ ଘରକୁ ଫେରୁଥିଲେ । ଏହି ସମୟରେ ଉଭୟ ଦମ୍ପତ୍ତିଙ୍କୁ  ତାଙ୍କ ପୁତୁରାମାନେ ଜମିବାଡ଼ି ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରିଥିଲେ। ଦମ୍ପତ୍ତିଙ୍କ ମୃତ୍ୟୁ ପରେ ସ୍ବାମୀଙ୍କୁ ଜଙ୍ଗଲ ଭିତରେ ଏବଂ ତ୍ସୀକୁ କୂଅ ଭିତରେ ଫୋପାଡି ଦେଇ ଚାଲିଯାଇଥିଲେ। ବହୁ ଖୋଜା ଖୋଜି ପରେ ସୋମବାର ମୃତକଙ୍କ ପୁଅ ଉଭୟଙ୍କ ସନ୍ଧାନ ନପାଇବାରୁ ଥାନରେ ଏତଲା ଦେଇଥିଲେ। ଏତଲା ପରେ ଆଇ.ଆଇ.ସି ଶରତ ମହାଳିକ ଏବଂ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଆସି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ପଠାଇଥିବା ସୂଚନା ମିଳିଛି। ଅଭିଯୋଗ ମୁତାବକ ଝାରପୋଖରିଆ ଥାନା ପୁଲିସ ୧୩୧/୧୯ରେ ଏକ ମାମଲା ରୁଜୁ କରି ମୃତକ ସମ୍ପର୍କୀୟ ୩ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

Comments are closed.