ପରାଜୟ ସତ୍ତ୍ବେ ଦଳର ମନୋବଳ କମି ନାହିଁ : ଡୁପ୍ଲେସି

ଲଣ୍ଡନ : ଇଂଲଣ୍ଡରେ ଖେଳାଯାଉଥିବା କ୍ରିକେଟ୍‌ ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୩୧୧ ରନ୍‌ ସଂଗ୍ରହ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଦଳ ୨୦୭ ରନ୍‌ରେ ଅଲଆଉଟ୍‌ ​‌େ​‌ହାଇଯାଇଥିଲା।
ଉଦ୍‌ଘାଟନୀ ମ୍ୟାଚ୍‌ରେ ଦଳ ପରାସ୍ତ ହୋଇଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ମନୋବଳ କମି ନାହିଁ ବୋଲି କହିଛନ୍ତି ଏହି ଦଳର ଅଧିନାୟକ ଡୁପ୍ଲେସି। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଡୁପ୍ଲେସି କହିଥିଲେ ଇଂଲଣ୍ଡ ବ୍ୟାଟିଂ, ବୋଲିଂ ଓ ଫିଲଡିଂ ବିଭାଗରେ ଭଲ ପ୍ରଦର୍ଶନ କରି ବିଜୟୀ ହୋଇଛି। ଦକ୍ଷିଣ ଆଫ୍ରିକା ଦଳ ଯେପରି ପ୍ରଦର୍ଶନ କରିବା କଥା ତାହା କରିବାରେ ସକ୍ଷମ ହୋଇନଥିଲା। ତେବେ ପ୍ରଥମ ମ୍ୟାଚ୍‌ରେ ପରାଜୟକୁ ନେଇ ଖେଳାଳିମାନେ ଆଦୌ ଚିନ୍ତିତ ନୁହନ୍ତି। ରାଉଣ୍ଡ ରବିନ୍‌ ଫର୍ମାଟ୍‌ରେ ଖେଳାଯାଉଥିବା ଏହି ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ଦଳ ଅନେକ ମ୍ୟାଚ୍‌ ଖେଳିବାକୁ ଥିବାରୁ ପ୍ରଥମ ମ୍ୟାଚ୍‌ରେ କରିଥିବା ଭୁଲ୍‌କୁ ସୁଧାରି ପରବର୍ତ୍ତୀ ମ୍ୟାଚ୍‌ ଗୁଡ଼ିକରେ ବିଜୟୀ ହେବାକୁ ଚେଷ୍ଟା କରିବ। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବୋଲର ଠିକ୍‌ଠାକ୍‌ ପ୍ରଦର୍ଶନ କରିଥିବା ବେଳେ ଇଂଲଣ୍ଡ ଦଳର ବ୍ୟାଟସମ୍ୟାନ୍‌ ଉଚ୍ଚକୋଟିର ପ୍ରଦର୍ଶନ କରିଥିବା ଡୁପ୍ଲେସି ମତ ଦେଇଛନ୍ତି।

Comments are closed.