ବର୍ଜ୍ୟବସ୍ତୁ ପରିଚାଳନା: ୩୩ ଆଇଟିଆଇ-୧୧୪ ପୌରସଂସ୍ଥା ବୁଝାମଣା ପତ୍ର ସ୍ୱାକ୍ଷରିତ

ରାଜ୍ୟର ୧୧୪ ଟି ପୌରାଚଂଳରେ ପ୍ରତିଷ୍ଠା କରାଯାଇଥିବା ସମ୍ପଦ କେନ୍ଦ୍ର ଏବଂ ଜୈବିକ ଖତ କେନ୍ଦ୍ରମାନଙ୍କରେ ବ୍ୟବହୃତ ହେଉଥିବା ସରଞ୍ଜାମ ଗୁଡିକର ରକ୍ଷଣା ବେକ୍ଷଣ ଓ ମରାମତି ସହିତ ନିରନ୍ତର ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ସମସ୍ତ ପୌରସଂସ୍ଥା ଏବଂ ୩୩ ଗୋଟି ଆଇ.ଟି.ଆଇ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ମିଶନ ଶକ୍ତିର ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପରିଚାଳିତ ଏହି ସବୁ କେନ୍ଦ୍ରଗୁଡିକର ଗାଡି ଏବଂ ଯନ୍ତ୍ରପାତି ଗୁଡିକର ରକ୍ଷଣା ବେକ୍ଷଣକୁ ସହଜ କରିବା ପାଇଁ ନଗର ଉନ୍ନୟନ ବିଭାଗ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ନିର୍ଦ୍ଦେଶାଳୟ ସ୍ଥରରେ ବୁଝାମଣା ସ୍ୱାକ୍ଷରିତ ହୋଇଛି। ସେହିପରି ରାଜ୍ୟରେ ଥିବା ସମସ୍ତ ପୌରାଚଂଳ ଓ ଆଟିଆଇ ଗୁଡିକ ମଧ୍ୟରେ ମଧ୍ୟ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ରାଜ୍ୟର ୧୧୪ ପୌରାଚଂଳ ସହିତ ୩୩ଟି ଆଇଟିଆଇ ଜିଲ୍ଲାପାଳ, ଏନ୍‍ଏସି ନିର୍ବାହୀ ଅଧିକାରୀ ଓ କମିଶନର ପ୍ରତିନିଧିମାନେ ଆଇଟିଆଇ ଅଧ୍ୟକ୍ଷମାନଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି।

Comments are closed.