୩୨ ଡିଏସ୍‍ପିଙ୍କ ବଦଳି

0

କଟକ: ପୁଲିସ ବିଭାଗରେ ବଡ ଧରଣର ଅଦଳ ବଦଳ ହୋଇଛି। ୩୨ ଜଣ ଡିଏସ୍‍ପି ୍କଙ୍କର ଅଫିସରଙ୍କୁ ରାଜ୍ୟ ପୁଲିସ ଏଷ୍ଟାବ୍ଲିସ୍‍ମେଣ୍ଟ ବୋର୍ଡର ନିଷ୍ପତ୍ତି କ୍ରମେ ବଦଳି କରାଯାଇଥିବା ପୁଲିସ ମୁଖ୍ୟାଳୟ ସୂତ୍ରରୁ ଜଣାପଡିଛି। ନିମାପଡା ଏସ୍‍ଡିପିଓ ଦାୟିତ୍ୱରେ ଥିବା ନିରଞ୍ଜନ ପାଢୀଙ୍କୁ ସାଲେପୁର, ସୁନ୍ଦରଗଡ ଆଇୟୁସିଏଡବ୍ଲ୍ୟୁ ଶରତ କୁମାର ମିଶ୍ରଙ୍କୁ ନିମାପଡା ଏସ୍‍ଡିପିଓ, କେନ୍ଦୁଝର ଘଟଗାଁ ଏସ୍‍ଡିପିଓ ଏସ. ଟୋପୋଙ୍କୁ ଗଞ୍ଜାମ ପୁରୁଷୋତ୍ତମପୁର ଏସ୍‍ଡିପିଓ, କରଞ୍ଜିଆର ପୂର୍ବତନ ଏସଡିପିଓ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ପୂର୍ବ ବଦଳିକୁ ପରିବର୍ତ୍ତନ କରାଯାଇ ଉଦଳା ଏସ୍‍ଡିପିଓ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଉଦଳା ଏସ୍‍ଡିପିଓ ସ୍ୱପ୍ନ ରଞ୍ଜନ ମହାପାତ୍ରଙ୍କୁ କେନ୍ଦୁଝର ଘଟଗାଁ, ପଟ୍ଟାମୁଣ୍ଡାଇ ଏସ୍‍ଡିପିଓ ଉମାଶଙ୍କର ମହାରଣାଙ୍କୁ ଆଠଗଡ, ଯାଜପୁର ଡିଆଇବି ଦାୟିତ୍ୱରେ ଡିଏସପି ଥିବା ସୁଧାକର ସାହୁଙ୍କୁ ଏସ୍‍ଡିପିଓ ନୟାଗଡ, ଆଠଗଡ ଏସ୍‍ଡିପିଓ ପ୍ରକାଶଚନ୍ଦ୍ର ପାଲ୍‍ଙ୍କୁ ଜଗତସିଂହପୁର, ଅନୁଗୋଳ ଆଇୟୁସିଏଡବ୍ଲ୍ୟୁ ଉମେଶ ଚନ୍ଦ୍ର ପଣ୍ଡାଙ୍କୁ ବାଲେଶ୍ୱର, ସୁବର୍ଣ୍ଣପୁର ପିସିଆର ସେଲ ଦାୟିତ୍ୱରେ ଥିବା ଡିଏସ୍‍ପି ଆନନ୍ଦ ବଦ୍ଧ୍‍ର୍ନ ଗୁରୁଙ୍କୁ ଭଞ୍ଜନଗର ଏସ୍‍ଡିପିଓ, ସୁନ୍ଦରଗଡ ଡିଏସ୍‍ପି ସୁବୋଧ କୁମାର ମଲ୍ଲିକଙ୍କୁ ଟିଟ୍‍ଲାଗଡ ଏସ୍‍ଡିପିଓ, ଟିଟ୍‍ଲାଗଡ ଏସ୍‍ଡିପିଓ ସରୋଜ କୁମାର ମହାପାତ୍ରଙ୍କୁ ବରଗଡ ଜିଲା ପଦ୍ମପୁର, କଟକ ଡିଆଇବିର ଡିଏସ୍‍ପି କ୍ରାଇମ ବିଷ୍ଣୁ ପ୍ରସାଦ ପତିଙ୍କୁ ବ୍ରହ୍ମପୁର, କମିସନରେଟ ପୁଲିସରେ କାର୍ୟ୍ୟରତ ଏସିପି ଫଗୁଆ ସିଂହଙ୍କୁ ଚାନ୍ଦବାଲି ଏସଡିପିଓ, ଚାନ୍ଦବାଲି ଏସଡିପିଓ ତରୁଣ କୁମାର ଦାଶଙ୍କୁ କମିସନରେଟ ପୁଲିସକୁ ବଦଳି କରାଯାଇଛି।
କେନ୍ଦ୍ରାପଡା ଡିଆଇବି ଦାୟିତ୍ୱରେ ଥିବା ଡିଏସ୍‍ପି ରଞ୍ଜନ କୁମାର ଦେଙ୍କୁୁ ପଟ୍ଟାମୁଣ୍ଡାଇ ଏସଡିପିଓ, ବରଗଡ ଜିଲା ପଦ୍ମପୁର ଏସ୍‍ଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କୁ ବଲାଙ୍ଗିର କଣ୍ଟାବାଞ୍ଝି ଏସ୍‍ଡିପିଓ, କମିସନରେଟ ପୁଲିସରେ ଦାୟିତ୍ୱରେ ଥିବା ଏସିପି ସୁର୍ୟ୍ୟମଣି ପ୍ରଧାନଙ୍କୁ ଏସଡିପିଓ ଆସ୍କା, ଆସ୍କା ଏସ୍‍ଡିପିଓ ସୁବାସ ଚନ୍ଦ୍ର ମୁଣ୍ଡାଙ୍କୁ କମିସନରେଟ ପୁଲିସକୁ ବଦଳି କରାଯାଇଛି। ସେହିପରି ଡିଏସ୍‍ପି ପ୍ରବୀଣ ଚନ୍ଦ୍ର ତ୍ରିପାଠୀଙ୍କ ପୂର୍ବ ବଦଳିକୁ ବାତିଲ କରାଯାଇ ଭୁବନେଶ୍ୱର ଏସ୍‍ଟିଏଫ୍‍ରେ (କ୍ରାଇମ) ଡିଏସ୍‍ପି ଭାବେ ଦାୟିତ୍ୱ ଦିଆଯାଇଛି। ଗୁଇନ୍ଦା ବିଭାଗ ଡିଏସପି ସତ୍ୟଜିତ୍‍ ମିଶ୍ରଙ୍କୁ କମିଶନରେଟ ପୁଲିସ ଏସିପି ଭାବେ ଦାୟିତ୍ୱ ଦିଆଯାଇଛି। କମିସନରେଟ ପୁଲିସରେ ଦାୟିତ୍ୱରେ ଥିବା ଏସିପି ଅତନୁ କୁମାର ରାଉତଙ୍କୁ କେନ୍ଦ୍ରପଡା ଡିଆଆଇବି ଦାୟିତ୍ୱ, କମିସନରେଟ ପୁଲିସରେ କାର୍ୟ୍ୟରତ ଡିଏସ୍‍ପି ଦେବୀ ଶଙ୍କର ପ୍ରତାପଙ୍କୁ ସୁନ୍ଦରଗଡ ଆଇଏଏଚଟିୟୁରେ ଡିଏସ୍‍ପି ଭାବେ ବଦଳି କରାଯାଇଛି। ସେହିପରି ଜଗତସିଂହପୁର ଏସ୍‍ଡିପିଓ ସୁଯୋଗ୍ୟ କୁମାର ମିଶ୍ରଙ୍କୁ ବାଲେଶ୍ୱର ଡିଆଇବି, ବ୍ରଜନଗର ଏସ୍‍ଡିପିଓ ରାମପ୍ରସାଦ ସାହୁଙ୍କୁ ସୁନ୍ଦରଗଡ ଆଇୟୁସିଏଡବ୍ଲ୍ୟୁ, କଣ୍ଟାବାଞ୍ଝି ଏସଡିପିଓ ପ୍ରଫୁଲ କୁମାର ମିଶ୍ରଙ୍କୁ ଯାଜପୁର ଡିଆଇବି, ପୁରୁଷୋତ୍ତମପୁର ଏସଡିପିଓ ଅଶ୍ୱିିନୀ କୁମାର ସାହୁଙ୍କୁ ଗଞ୍ଜାମ ଡିଆଇବିରେ ଦାୟିତ୍ୱ ଦିଆଯାଇଛି। ସେହପିରି କଟକ ଆଇଏଏଚ୍‍ଟିୟୁ ରବୀନ୍ଦ୍ର ନାଥ ମହାପାତ୍ରଙ୍କୁ ଭୁବନେଶ୍ୱର ତଟରକ୍ଷୀକୁ ବଦଳି କରାଯାଇଛି। କନ୍ଧମାଳ ଡିଆଇବିର ଡିଏସ୍‍ପି ଅମରେଶ କୁମାର ପାଣିଗ୍ରାହୀଙ୍କୁ ଆଇୟୁସିଏଡବ୍ଲ୍ୟୁ ଓ ସୁକାନ୍ତ ଗୋଚ୍ଛାୟତଙ୍କୁ ଡିଆଇବି, ଆନନ୍ଦପୁର ଏସ୍‍ଡିପିଓ ମହେଶ୍ୱର ସେଠୀଙ୍କୁ ନବରଙ୍ଗପୁର ଆଇୟୁସିଏଡବ୍ଲ୍ୟୁକୁ ବଦଳି କରାଯାଇଛି। ସେହିପରି ଏଚଆରପିସିର ପୂର୍ବତନ ଡିଏସ୍‍ପି ପ୍ରଦୀପ କୁମାର ଜାଲିଙ୍କ ପୂର୍ବ ବଦଳିକୁ ପରିବର୍ତ୍ତନକରାଯାଇ କଟକ ଏସପି କାର୍ୟ୍ୟାଳୟରେ ନିଯୁକ୍ତି ଦିଆଯାଇଛି ସେଠାରୁ ବାଣିଜ୍ୟ ଓ ପରିବହନ ବିଭାଗକୁ ଡେପୁଟେସନରେ ପଠାଯାଇଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply