ପାଞ୍ଚଶହ ପରିବାରକୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ନୂଆପଡ଼ା ବିଧାୟକ

ଖଡିଆଳ : ନୂଆପଡା ଜିଲା ଖଡିଆଳ ଠାରେ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଦ୍ୱାରା ୫୦୦ ପରିବାରଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏମଜିଏମ ଗ୍ରୀନ ଏନେର୍ଜି ଏଲଟିଡିର ସହଭାଗିତାରେ ବିଧାୟକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଗରିବ ପରିବାରଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଖଡିଆଳ ଟ୍ୟାକ୍ସି ସଂଘ, ବସ ଚାଳକ ତଥା କର୍ମଚାରୀ ସଂଘ, ମାଲବାହୀ ଠେଲା ଚାଳକ ସଂଘର ସଦସ୍ୟମାନଙ୍କୁ ୧୫ ଦିନର ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏଥିରେ ଚାଉଳ ୧୦ କେଜି, ଡାଲି ୨ କେଜି, ଅଟା ୩ କେଜି, ଚିନି ୨ କେଜି ସହ  ସୁଜି, ଅମୂଲ, ତେଲ, ଲୁଣ, ମାକ୍ସ ଓ ସାନି ନିଟାଇଜର ଆଦି ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ ସମୟରେ ବିଧାୟକଙ୍କ ସହ ସନ୍ତୋଷ ପଟ୍ଟନାୟକ, ହୀରାଧର ମେହେର, ବିଭୂଦତ୍ତ ଯୋଷୀ, ସତପାଲ ସିଂ ସମେତ ଅନ୍ୟାନ୍ୟ କଂଗ୍ରେସ କର୍ମକର୍ତ୍ତା ଯୋଗଦାନ କରିଥିଲେ ।

Comments are closed.